ପଞ୍ଜାବ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ . – ପଞ୍ଜାବ ମନ୍ତ୍ରୀ ମଣ୍ଡଳରୁ ପୂର୍ବତନ କ୍ରିକେଟିୟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନିକଟକୁ ସେ ଇସ୍ତାଫା ପତ୍ର ପଠାଇ ଦେଇଥିବା ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଜୁନ୍‌ ୧୦ ତାରିଖରେ ସେ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିବା କଥା ଉଲ୍ଲେଖ କରିଛନ୍ତି । ଖୁବ ଶୀଘ୍ର ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇବେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି । କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି ସେ ବିଷୟରେ ସିଦ୍ଧୁ ସୂଚନା ଦେଇ ନାହାନ୍ତି ।

Comments are closed.