www.samajalive.in
Tuesday, December 9, 2025
16.1 C
Bhubaneswar

ଏକାଠି ନିର୍ବାଚନ ଲଢିବେ କଂଗ୍ରେସ-ଜେଡିଏସ୍ : ସିଦ୍ଧରମୈୟା

ବେଙ୍ଗାଲୁରୁ : ଆଗାମୀ ଲୋକସଭା ନିର୍ବାଚନକୁ କଂଗ୍ରେସ-ଜେଡିଏସ୍ ଏକାଠି ହୋଇ ଲଢିବେ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି। ଏଥିପାଇଁ ଆଗାମୀ ଦିନରେ ରାଜ୍ୟର ୨୮ଟି ଲୋକସଭା ଆସନ ପାଇଁ ଦୁଇଦଳ ମଧ୍ୟରେ ବୁଝାମଣା ହେବ। କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଛି। ଏହି ସରକାର ଖୁବଶୀଘ୍ର ଭାଙ୍ଗିଯିବ ବୋଲି ବିଜେପି କହିଥିବାବେଳେ ସିଦ୍ଧରମୈୟା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କର୍ଣ୍ଣାଟକର ମେଣ୍ଟ ସରକାର ବେଶ ମଜବୁତ୍ ଅଛି। ରାଜ୍ୟରେ ନୂଆ କରି ନିଯୁକ୍ତି ପାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ରହିଥିବା ନେଇ କୁହାଯାଉଥିବାବେଳେ କଂଗ୍ରେସ-ଜେଡିଏସ୍ ସମନ୍ବୟ କମିଟି ଏହାକୁ ଅସ୍ବୀକାର କରିଛି। ସିଦ୍ଧରମୈୟା କହିଛନ୍ତି ଯେ ବିଜେପି ବିରୋଧୀ ପକ୍ଷରେ ରହି କାର୍ଯ୍ୟ କରିବାକୁ ଚାହୁଁ ନାହିଁ। ଯେନତେନ ପ୍ରକାରେ ଏହା ସରକାର ଗଠନ କରିବାକୁ ଉଦ୍ୟମ ଚଳାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories