www.samajalive.in
Thursday, December 11, 2025
18.1 C
Bhubaneswar

ସିକଲ୍ ସେଲ ରୋଗର ନିଦାନ ଓ ଚିକିତ୍ସା ସମ୍ବନ୍ଧୀୟ ଜାତୀୟ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

ଜି.ଉଦୟଗିରି : ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ(ଆଇସିଏମଆର) ଅଧିନସ୍ଥ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି), ଭୂବନେଶ୍ବର ଓ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସିକଲ୍ ସେଲ ରୋଗର ନିଦାନ ଓ ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ପ୍ରକଳ୍ପର ଗୁରୁବାର ଶୁଭାରମ୍ଭ ହୋଇଛି।

କନ୍ଧମାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ.ରାଜଶ୍ରୀ ପଟ୍ଟନାୟକ ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ, ଜି.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଓ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ.ଶକ୍ତିକାନ୍ତ ମଲିକ ଯୋଗ ଦେଇଥିଲେ।
ଜାତୀୟ ସ୍ତରରେ ଏହି ପ୍ରକାର ପ୍ରକଳ୍ପ ୬ଟି ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା ସମୟରେ ସିକଲ୍ ସେଲ ରୋଗର ପ୍ରାଦୁର୍ଭାବକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଓ ଦାରିଙ୍ଗବାଡୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗବେଷଣା କେନ୍ଦ୍ର ଭାବେ ଚୟନ କରାଯାଇଛି ବୋଲି ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ.ମନୋରଞ୍ଜନ ରଣଜିତ ନିଜ ବକ୍ତବ୍ୟରେ କହିଥିବା ସହ ଜି.ଉଦୟଗିରି ଓ ଦାରିଙ୍ଗବାଡୀ ଅଞ୍ଚଳର ୫ ବର୍ଷରୁ କମ ବୟସ୍କ ପିଲାଙ୍କୁ ନେଇ କରାଯାଇଥିବା ଏକ ନମୂନା ସର୍ଭେରୁ ପ୍ରାୟ ୧୦ ରୁ ୧୨ ପ୍ରତିଶତ ପିଲା ଏହି ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି ବୋଲି ବଖାଣୀ ଥିବାବେଳେ ପ୍ରଥମିକ ଚିକିତ୍ସାଳୟ ସ୍ତରରେ ଏହି ରୋଗର ନିଦାନ ଓ ଚିକିତ୍ସା କିପରି କରାଯାଇ ପାରିବ ଏବଂ ଲୋକମାନଙ୍କୁ ଏହି ରୋଗ ବିଷୟରେ କିପରି ସଚେତନ କରାଯାଇପାରିବ ସେହି ଉପାୟ ବିଷୟରେ ଆଲୋକପାତ ମଧ୍ୟ କରିଥିଲେ।
ସିକଲ୍ ସେଲ ରୋଗ ଏକ ବଂଶାନୂଗତ ରୋଗ ଓ ଏହାର ଚିକିତ୍ସା ବ୍ୟୟବହୂଳ। ସବୁ ଜାଗାରେ ଏହାର ଚିକିତ୍ସା ଉପଲବ୍ଧ ନୁହଁ।ତେଣୁ ଏହି ରୋଗର ଚିକିତ୍ସା ସବୁ ସ୍ଥାନରେ ପହୁଞ୍ଚାଇବାକୁ ହେଲେ କ୍ଷେତ୍ରୀୟ ଗବେଷଣାର ଆବଶ୍ୟକତା ଅଛି ବୋଲି ସମ୍ମାନୀୟା ଅତିଥି ନିଜ ବକ୍ତବ୍ୟରେ କହିଥିବାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସଭାରେ ଉପସ୍ଥିତ ଥିବା ସରପଞ୍ଚ,ସ୍କୁଲ ଶିକ୍ଷକ, ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଉକ୍ତ ପ୍ରକଳ୍ପରେ ସହଭାଗୀ ହୋଇ ପ୍ରକଳ୍ପକୁ ସଫଳ କରାଇବାକୁ ପରାମର୍ଶ ଦେଇଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories