BJD Bijuli 480×75 Mob

କାଟଣା ବାବା କପିଳେଶ୍ଵରଙ୍କର ସରିଲା ମଙ୍ଗନ, ସନ୍ଧ୍ୟାରେ ସମ୍ପନ୍ନ ହେବ ଦେବ ଦମ୍ପତିଙ୍କ ବିବାହ

BJD Bijuli 480×75 Mob

ରାଜକନିକା : ଲକ୍ ଡାଉନ କଟକଣା ପାଇଁ ଚଳିତ ବର୍ଷ ନିରାଡମ୍ବରେ ହେଉଛି କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ କାଟଣାର ବାବା କପିଳେଶ୍ଵରଙ୍କ ବିବାହ ଉତ୍ସବ । ପ୍ରଶାସନର କଟକଣାକୁ ନଜରରେ ରଖି ସେବାୟତମାନେ ବାବା କପିଳେଶ୍ଵରଙ୍କ ବିବାହ ଉତ୍ସବକୁ ନିରାଡମ୍ବରେ ପାଳନ କରୁଛନ୍ତି । ଆଜି ସକାଳେ ପାରମ୍ପରିକ ରୀତିନୀତି ଅନୁସାରେ ବାବା କପିଳେଶ୍ଵରଙ୍କର ମଙ୍ଗନ ନୀତି ସମ୍ପନ୍ନ ହୋଇଛି । ଲକ୍ ଡାଉନ କଟକଣା ପାଇଁ ନିଦ୍ଧିଷ୍ଟ କିଛି ସେବାୟତ ବାବା କପିଳେଶ୍ଵଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣାପଡିଛି । ଶିବ ବିବାହ ପାଇଁ ଆସି ଭୋର ସମୟରେ ପହୁଡ ଖୋଲା ହେବା ପରେ ମଙ୍ଗଳଆଳତି କରାଯାଇଥିଲା । ଏହାପରେ ବାବା କପିଳେଶ୍ଵଙ୍କର ମଙ୍ଗନ କାର୍ଯ୍ୟ ସରିବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି ।

ଆଜି ସନ୍ଧ୍ୟାରେ ନୀତିନିର୍ଘଣ୍ଟ ଅନୁସାରେ ସମ୍ପୂର୍ଣ ବୈଦିକ ରୀତି ନୀତିରେ ନିର୍ଧାରିତ ଲଗ୍ନ ରେ ବିବାହ ଓ ପାଣିଗ୍ରହନ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜକ କହିଛନ୍ତି । ସାମାଜିକ ଦୂରତା ବଜାୟ ରଖି ବର ନିମନ୍ତ୍ରଣ, ହସ୍ତଗଣ୍ଠି , ବରଣମାଳା ଓ ବିବାହ ଆଦି କାର୍ଯ୍ୟକ୍ରମ କରାଯିବ । ଲକ୍ ଡାଉନ କଟକଣା ପାଇଁ ବହୁତ କମ୍ ଲୋକଙ୍କ ବାବା କପିଳେଶ୍ଵରଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବାଜା ରୋଷଣୀ, ନୃତ୍ୟ ଗୀତ, ବରଯାତ୍ରୀ ଆଦିକୁ ସମ୍ପୂର୍ଣ ବାରଣ କରାଯାଇଛି । ଯେଉଁଠି ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା ସେଠାରେ ମାତ୍ର ହାତ ଗଣତି କେତେ ଜଣଙ୍କୁ ନେଇ ସମସ୍ତ କାର୍ଯ୍ୟ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।

Comments are closed.