www.samajalive.in
Monday, December 15, 2025
27.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସ : ବ୍ୟାଡମିଣ୍ଟନରେ କାଂସ୍ୟ ପଦକ ଜତିଲେ ମନୋଜ ସରକାର

ଜାପାନରେ ଚାଲିଥିବା ଟୋକିଓ ପାରାଲିମ୍ପିକ୍ସ ପୁରୁଷ ଏକକ (ଏସଏଲ୩) ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତର ମନୋଜ ସରକାର ଶନିବାର କାଂସ୍ୟ (ବ୍ରୋଞ୍ଜ) ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନ ପୁରୁଷ ଏକକରେ ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ଜିତଥିବା ବେଳେ ମନୋଜ ସେହି ଇଭେଣ୍ଟରେ ଆଉ ଏକ ପଦକ ଜିତିଛନ୍ତି। ଫଳରେ ଗୋଟିଏ ଦିନରେ ଭାରତ ପୁଣି ୪ଟି ପଦକ ହାସଲ କରିଛି । ଭାରତୀୟ ସଟଲର ମନୋଜ ଜାପାନର ଡାଏସୁକେ ଫୁଜିହାରାଙ୍କୁ ୨୨-୨୦, ୨୧-୧୩ରେ ପରାସ୍ତ କରିଛନ୍ତି ।

ମନୋଜଙ୍କୁ ପ୍ରଥମ ଗେମରେ ଜାପାନର ପ୍ରତିପକ୍ଷଙ୍କ ବିରୋଧରେ କଡ଼ା ସଂଘର୍ଷ କରିବାକୁ ପଡିଥିଲା | ମନୋଜ ୧୮-୧୪ରେ ଅଗ୍ରଣୀ ହେବା ସତ୍ତ୍ବେ ଫୁଜିହାରାର ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ହେଲେ ମନୋଜ ମାନସିକ ସନ୍ତୁଳନ ବଜାୟ ରଖି ଏବଂ ଶେଷରେ ୨୨-୨୦ରେ ପଥମ ଗେମ୍  ଜିତି ନେଇଥିଲେ। ପରେ ୧୯ ମିନିଟରେ, ସେ ୨୧-୧୩ରେ ଦ୍ୱିତୀୟ ଗେମ୍ ଜିତି ବ୍ୟାଡମିଣ୍ଟନରେ ଦେଶ ପାଇଁ ଆଉ ଏକ ପଦକ ହାସଲ କରିଥିଲେ।

- Advertisement -

ଏଥି ସହ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥି ସହ ଭାରତ ୪ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୬ଟି କାଂସ୍ୟ (ବ୍ରେଞ୍ଜ) ପଦକ ସହିତ ମୋଟ ୧୭ଟି ପଦକ ଜିତି ପଦକ ତାଲିକାର ୨୬ ତମ ସ୍ଥାନରେ ରହିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories