www.samajalive.in
Sunday, December 14, 2025
19.1 C
Bhubaneswar

ଦିଗହରା ହେଉଛି ମୋ ସେବା କେନ୍ଦ୍ର, ଦାବି ପୂରଣ ନହେଲେ ସମୂହ ଧାରଣା

ମୋହନା: ଲୋକାର୍ପିତ ହେବାର ସାତମାସ ପରେ ମଧ୍ୟ ଆଗେଇ ପାରୁନି ମୋ ସେବା କେନ୍ଦ୍ରର ଭାଗ୍ୟ ଭବିଷ୍ୟତ । ଗତ ମାର୍ଚ୍ଚ ମାସ ୫ ତାରିଖ ବିଜୁ ପଟ୍ଟନାୟକ ଜନ୍ମ ତିଥି ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଓଡିଶାର ପୁରପଲ୍ଲୀରେ ଜନସାଧାରଣଙ୍କ ଦୁଆରରେ ସେବା ଯୋଗାଇବା ଉଦ୍ଦେଶ୍ୟରେ ୫ଟିରେ ଅନ୍ତର୍ଭୁକ୍ତ କରି ଲୋକାର୍ପିତ କଲେ ମୋ ସେବା କେନ୍ଦ୍ର ବା ଓଡିଶା ଓ୍ୟାନ୍ ଫୋର୍ଟାଲ । ଯାହାଦ୍ୱାରା ଓଡିଶାର ୭ ହଜାର ଯୁବକ-ଯୁବତୀଙ୍କ ପାଇଁ ଆତ୍ମ ନିଯୁକ୍ତି ସୁଯୋଗ ପାଇବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ସୂଚାରୁ ରୁପେ ତୁଲାଇବାକୁ ପାଇଁ ସହଜ ନାମକ ଏକ ସଂସ୍ଥା ଏହାର ଦାୟିତ୍ଵ ନେଲା । ଯାହା ଫଳରେ ପ୍ରଥମେ ସହଜ ସଂସ୍ଥା ଗ୍ରାମ ପଂଚାୟତ ନିକଟରେ ମୋ ସେବା କେନ୍ଦ୍ର ଖୋଲିବା ନିମନ୍ତେ ଆଗ୍ରହୀ ଯୁବକ-ଯୁବତିଙ୍କ ଠାରୁ ପ୍ରଥମେ ୫ ହଜାର ଟଙ୍କା ନେଇ ମୋ ସେବା କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେଇଥିଲା । କିନ୍ତୁ ପରେ ଆହୁରି ଅଧିକା ଟଙ୍କା ଦାବି କଲା ସହଜ । ଏହାର କାରଣ ପଚାରିଲେ ଏଇପିଏସ ଏବଂ ଆଇଆରସିଟି ସୁବିଧା ସହଜ ୱେବ୍ ସାଇଟରେ ଉପଲବ୍ଧ ଥିବାରୁ ଏହାକୁ ପଞିକରଣ କରିବା ପାଇଁ ଏହି ଅର୍ଥ ନିଆଯାଉଥିବା କହିଥିଲା ସହଜ ସଂସ୍ଥା । କିନ୍ତୁ ଅନ୍ୟପକ୍ଷରେ ଏହି ସେବା ଗୁଡିକ ଅତି କମ୍ ଅର୍ଥରେ ମିଲୁଛି ।

 

- Advertisement -

ତଥାପି ଏଠିକାର ଭିଏଲିମାନେ ଏହି ଟଙ୍କା ଦେବା ନିମନ୍ତେ ରାଜି ଅଛନ୍ତି କିନ୍ତୁ ମୋ ସେବା କେନ୍ଦ୍ରର ପ୍ରତିଶୃତି ଦେଇଥିବା ସମସ୍ତ ସେବା ପ୍ରଦାନ କରି ୱେବ୍‌ସାଇଟ୍‌ର ଲିଙ୍ଗ୍ ଦିଆଯାଇଛି ଯାହା ସାଧାରଣ ଲୋକ ମଧ୍ୟ ବ୍ୟବହାର କରିପାରିବେ । ତାହେଲେ ମୋ ସେବା କେଦ୍ର ଖୋଲିବାର ପ୍ରହସନ କଣ ପାଇଁ ବୋଲି ପୁଞ୍ଜି ନିବେଶ କରିଥିବା ବେକାର ଯୁବକ-ଯୁବତୀମାନେ ପ୍ରଶ୍ନ କରିଛନ୍ତି । ସହଜର ଏହି ମନମୁଖୀ କାର୍ୟ୍ୟ ଏବଂ ମୋ ସେବା କେନ୍ଦ୍ର ପ୍ରତିଶୃତି ଦେଇଥିବା ପ୍ରକାରେ ବିଜୁ ସ୍ଵାସ୍ୟୁ ବୀମା କାର୍ଡ ଏବଂ ତହସିଲର ସେବା ଗୁଡିକ କେବଳ ମୋ ସେବା କେନ୍ଦ୍ରରେ ଉପଲବ୍ଧ କରିବା ସକାଶେ ଶୁକ୍ରବାର ଦିନ ଗଜପତି ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ରରେ କାର୍ୟ୍ୟ କରୁଥିବା ଯୁବକ-ଯୁବତୀ ଏକ ହୋଇ ଗଜପତି ଉପଜିଲ୍ଲାପାଳଙ୍କ ମାଧ୍ୟମରେ ନିଜର ଦାବି ଗୁଡିକ ମୂଖ୍ୟମନ୍ତ୍ରୀ ଏବଂ ସହଜ ସଂସ୍ଥାକୁ ଦାବୀ ପତ୍ର ପ୍ରଦାନ କରାଇଥିଲେ । ଯଦି ଦାବି ପୁରଣ ନହୁଏ ତେବେ ଗଜପତି ଜିଲ୍ଲାର ସମସ୍ତ କେନ୍ଦ୍ରର ଯୁବକ-ଯୁବତୀମାନେ ମିଳିତ ଭାବେ ଜିଲ୍ଲା ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories