ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଏଥିଯୋଗୁଁ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୌଣସି ସୁଆର ସେବକ ଚୁଲି ଭାଙ୍ଗିଥିବା ଆଶଙ୍କା କରାଯାଉଛି। ଚୁଲି ଭାଙ୍ଗିଯିବା ଯୋଗୁ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ଓ ନୀତିକାନ୍ତି ଆଜି ବିଳମ୍ବ ହୋଇଛି। ଚୁଲି ଭାଙ୍ଗିଯିବା ସହ ସୁଆର ସେବକ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ହେଉଛି।
Popular Categories



