ରହସ୍ୟମୟ ଶ୍ରୀମନ୍ଦିର

0

ପୁରୀ : ଶ୍ରୀମନ୍ଦିର ସମ୍ପର୍କରେ ଅନେକ ରହସ୍ୟମୟ ତଥ୍ୟ ରହିଛି। ଯାହାର ଟେର ସାଧାରଣ ଲୋକ ତ ଦୂରର କଥା ଏପରିକି ବୈଜ୍ଞାନିକମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇବାକୁ ସକ୍ଷମ ହୋଇ ପାରିନାହାଁନ୍ତି। ଶ୍ରୀମନ୍ଦିରର ଚୂଡାଦେଶରେ ରହିଛି ନୀଳଚକ୍ର। ପୁରୀ ବଡଦାଣ୍ଡରୁ ଶ୍ରୀମନ୍ଦିର ଶୀର୍ଷର ଉଚ୍ଚତା ହେଉଛି ୨୧୪ ଫୁଟ ୮ ଇଞ୍ଚ। ଗବେଷକଙ୍କ ମତରେ ଏହି ନୀଳଚକ୍ରର ଉଚ୍ଚତା ପ୍ରାୟ ୧୫୦ କିଲୋଗ୍ରାମ୍‍। ନୀଳଚକ୍ରର ଉଚ୍ଚତା ୧୨ ଫୁଟ ଓ ଏହାର ବ୍ୟାସ ୭ ଫୁଟ ୭ଇଞ୍ଚ। ନୀଳଚକ୍ରରେ ଧ୍ୱଜାକୁ ‘ପତିତପାବନ ବାନା’ ବୋଲି କୁହାଯାଇଥାଏ।

ପ୍ରଥମ ରହସ୍ୟ – ପ୍ରକୃତିର ନିୟମ ଅନୁଯାୟୀ ସବୁ ଜିନିଷ ପବନର ଗତି ଯେଉଁ ଦିଗକୁ ଥାଏ , ସେହିଦିଗକୁ ଉଡିଥାଏ। ମାତ୍ର ପତିତପାବନ ବାନା ପବନ ଗତିର ବିପରୀତ ଦିଗରେ ଉଡେ।

ଦ୍ୱିତୀୟ ରହସ୍ୟ- ଦିନ କିମ୍ବା ରାତି କେତେବେଳେ ପକ୍ଷୀ ଅଥବା ଉଡାଯାହାଜ ଏହି ମନ୍ଦିର ଉପରେ ଉଡେ ନାହିଁ।

ତୃତୀୟ ରହସ୍ୟ- ପୁରୀର ଯେ କୌଣସି ସ୍ଥାନରେ ନୀଳଚକ୍ର ଆଡକୁ ମୁହଁ କରି ଠିଆହେଲେ ଏହି ନୀଳଚକ୍ରଟି ଆପଣଙ୍କ ସମାନାରେ ମୁହଁ କରିଥିବା ଭଳି ଦେଖାଯାଇଥାଏ।

ଚତୁର୍ଥ ରହସ୍ୟ- ପୃଥିବୀର କୌଣସି ସମୟରେ ସମୁଦ୍ର ମୁହାଣରେ ଦିନ ସମୟରେ ସମୁଦ୍ରରୁ ଭୂମିକୁ ଆଉ ରାତି ସମୟରେ ଭୁମିରୁ ସମୁଦ୍ରକୁ ପବନ ବହିଥାଏ। କିନ୍ତୁ ପୁରୀ ସମୁଦ୍ରକୂଳରେ ଠିକ୍‍ ଏହାର ଓଲଟା ହୋଇଥାଏ।

ପଞ୍ଚମ ରହସ୍ୟ- ମନ୍ଦିରର ମୁଖ୍ୟଦ୍ୱାର ଯାହାକୁ ସିଂହଦ୍ୱାର କୁହାଯାଇଥାଏ। ଯେତେବେଳେ ଆପଣ ସିଂହଦ୍ୱାର ଭିତରକୁ ପ୍ରବେଶ କରିବେ, ସେତେବେଳେ ସମୁଦ୍ରର ଗର୍ଜ୍ଜନ ଶୁଣାଯିବ ନାହିଁ। କିନ୍ତୁ ପୁରୀର ଅନ୍ୟ ଜାଗାରେ ଠିଆହେଲେ ଆପଣ ଏହି ଧ୍ୱନୀ ଶୁଣିପାରିବେ।

ଷଷ୍ଠ ରହସ୍ୟ – ପୁରୀ ମନ୍ଦିରରେ ବର୍ଷସାରା ଗୋଟିଏ ପରିମାଣର ରୋଷେଇ କରାଯାଇଥାଏ। କେବେ ବି ଏହି ମହାପ୍ରସାଦ ବଳେ ନାହିଁ କି ନିଅଣ୍ଟ ହୁଏନାହିଁ। ଚାହେ ହଜାରେ ସଂଖ୍ୟାରେ ଅଥବା ଲକ୍ଷେ ସଂଖ୍ୟାରେ ଲୋକେ ଆସନ୍ତୁ। ନା କେବେ ବଳିଚି ନା କେବେ ନିଅଣ୍ଟ ହୋଇଛି।

ସପ୍ତମ ରହସ୍ୟ- ରୋଷଘରେ ପ୍ରାୟ ୫୦୦ ରୁ ୬୦୦ ସୂପକାର ଓ ୨୦୦ ସେମାନଙ୍କ ସହଯୋଗୀ କାମ କରିଥାଆନ୍ତି। ରୋଷେଇ ଶାଳରେ ପ୍ରସାଦ ତିଆରି କରିବା ପାଇଁ ୭ଟି ମାଟିର ପାତ୍ରକୁ ଗୋଟିକ ଉପରେ ଗୋଟିଏ ରଖି ଗୋଟିଏ ଚୂଲିରେ ବସା ଯାଇଥାଏ। ଆଉ ସବୁଠୁ ଅଦ୍‍ଭୁତ କଥା ହେଉଛି, ଉପରେ ଥିବା ପାତ୍ରର ଖାଦ୍ୟ ସର୍ବପ୍ରଥମେ ପ୍ରସ୍ତୁତ ହୋଇଯାଇଥାଏ। ତାପରେ ଉପରରୁ ତଳ ଯାଏ ଗୋଟିଏ ପରେ ଗୋଟିଏ କରି ପ୍ରସ୍ତୁତ ହୋଇଥାଏ।

ଅଷ୍ଟମ ରହସ୍ୟ- ସିଂହଦ୍ୱାର ସାମନାରେ ଥିବା ମୁଗୁନି ପଥରରେ ନିର୍ମିତ ୩୪ ଫୁଟ ଉଚ୍ଚର ଅରୁଣ ସ୍ତମ୍ଭର ଛାଇ ଦିନ ସମୟରେ ଅଦୃଶ୍ୟ ରହିଥାଏ। ଖରା, ବର୍ଷା ଓ ଶୀତ ଋତୁରେ ଏହାର ଛାଇ ଭୂମି ଉପରେ ଆଦୌ ପଡିନଥାଏ।

ନବମ ରହସ୍ୟ- କିଛି ବର୍ଷ ପୂର୍ବେ ଜଗନ୍ନାଥ ମନ୍ଦିର ଉପରୁ ଗୋଟିଏ ବଡ ପଥର ଖଣ୍ଡ ଖସି ପଡିଥିଲା। ଏହାର ଓଜନ ୧୦ରୁ ୧୫ ଟନ୍‍ ବୋଲି ଅନୁମାନ କରାଯାଏ। ତେବେ ଏହି ପଥରଟି ମନ୍ଦିରର କେଉଁ ସ୍ଥାନରୁ ଖସିଛି, ତାହାକୁ ଆଜି ପର୍ଯ୍ୟନ୍ତ କେହି ଜାଣିପାରିବା ଘଟଣା ରହସ୍ୟ ସୃଷ୍ଟି କରିଛି। ଦକ୍ଷିଣଦ୍ୱାରର ପୂର୍ବବେଢାକୁ ଲାଗି ପଡିଥିବା ଲମ୍ବା ପଥରଟିକୁ ଆଘାତ କଲେ ସେଥିରୁ ସଙ୍ଗୀତର ସ୍ୱର ବାହାରୁ ଥିବା ଜଣାଯାଏ।

ଦଶମ ରହସ୍ୟ- ଶ୍ରୀମନ୍ଦିରର ପରିସରରେ ବାମ ପଟେ ଏକ ବଟ ବୃକ୍ଷ ରହିଛି। ଏହି ବୃକ୍ଷଟି ପୂରାତନ କାଳରୁ ରହିଥିବା କୁହାଯାଏ। ଆଜିବି ଉକ୍ତ ବୃକ୍ଷଟି ସେହିଠାରେ ଠିଆ ହୋଇ ରହିଛି।

( ସଂଗୃହୀତ :- ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର)

Leave A Reply