www.samajalive.in
Tuesday, December 9, 2025
19.1 C
Bhubaneswar

ଜଗନ୍ନାଥ ପଞ୍ଚାୟତରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

କଳାପଥର : କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଜଣେ ମହିଳାଙ୍କ ସହ ୩ଜଣ ପୁରୁଷଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସ୍ଥାନୀୟଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗତକାଲି ପଞ୍ଚାୟତରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ ବଜାର ବନ୍ଦ ହୋଇଛି। ଜନ ସାଧାରଣ ଘରୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି। ବାଙ୍କୀରେ ଗୋଟିଏ ପରେ ଗୋଟିଏ ସେହିପରି କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ କରିବାପରେ ସାଧାରଣରେ ଛନକା ପଶିଛି। ବାଙ୍କୀ ବ୍ଲକ ଏବଂ ଏନ.ଏ.ସିର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୧ ଜଣ ପ୍ରବାସୀ କରୋନା ଆକ୍ରାନ୍ତ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାଯାଇଛି। ଫଳରେ ଆଜିର ୧୧ ଜଣଙ୍କୁ ମିଶାଇ ବାଙ୍କୀ ଉପଖଣ୍ଡରେ ମୋଟ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ବାଙ୍କୀ ଏନ.ଏ.ସିର ସଙ୍ଗରୋଧ କେନ୍ଦ୍ରରୁ ୭ ଜଣ ଏବଂ ବାଙ୍କୀ ବ୍ଲକ ଜଗନ୍ନାଥପୁର ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ଥିବା ୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ ଥିବା ଜଣାପଡିଥିଲା। ଗତକାଲି ରାତିରେ ସେମାନଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ-୧୯ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ଏନ.ଏ.ସିର ସଙ୍ଗରୋଧ କେନ୍ଦ୍ରର ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ବେଳେ ଜଗନ୍ନାଥପୁରର ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି।

 

Hot this week

ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ଦ୍ୱିତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories