ଭୌତିକ ବିଜ୍ଞାନର ପ୍ରଗତି ସହ ଆଧ୍ୟାତ୍ମିକ ଜ୍ଞାନର ପ୍ରୟୋଗ ଦ୍ୱାରା ଶାନ୍ତି ପ୍ରଗତଶୀଳ ବିଶ୍ୱ ଗଠନ ସମ୍ଭବ
ଭୁବନେଶ୍ୱର : ୟୁନିଟ -୨ ଠାରେ ଅବସ୍ଥିତ, ଦିବ୍ୟ ଜୀଵନ ସଙ୍ଘ, ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ, ସଦଗୁରୁଦେବ ସ୍ୱାମୀ ଶ୍ରୀ ଶିବାନନ୍ଦ ସରସ୍ବତୀଙ୍କ ୧୩୭ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏଥିଲାଗି ପ୍ରାତଃକାଳରେ, ସ୍ୱାମୀ ଧର୍ମପ୍ରକାଶନନ୍ଦ, ଦିବ୍ୟ ଜୀଵନ ସଂଘର ପତାକା ଉତ୍ତୋଳନ କରିବା ଅବସରରେ ସେଠାରେ ଉପସ୍ଥିତ ସମବେତ ଭକ୍ତମାନଙ୍କୁ ତାଙ୍କ ଆଶ୍ରି ବଚନରେ ସ୍ୱାମୀ ଶିବାନନ୍ଦଙ୍କ ଉପଦେଶ ଓ ବିଂଶ ସୂତ୍ରୀ ନିୟମାବଳୀକୁ ପାଳନ କଲେ ମାନବମାନଙ୍କୁ ଅତି ମାନବ ସ୍ତରରେ ପହଞ୍ଚାଇ ଦେଇ ପାରିବ ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ଭୁବନେଶ୍ୱର ଦିବ୍ୟ ଜୀଵନ ସଙ୍ଘ ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ଅଧିବେଶନରେ ଦିବ୍ୟ ଜୀଵନ ସଙ୍ଘର ସଭ୍ୟ ଓ ସଭ୍ୟା ମାନଙ୍କ ଦ୍ୱାରା ନଗର କୀର୍ତ୍ତନ, ଗୁରୁ ପାଦପୂଜା, ଲକ୍ଷାର୍ଚ୍ଚନା ଓ ଓଁ ନମଃ ଭଗବତେ ଶିବାନନ୍ଦାୟ, ହନୁମାନ ଚାଳିଶା, ଵିଷ୍ଣୁ ସହସ୍ର ନାମ, ଭଗବତ ଗୀତା ପାରାୟଣ, ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଧ୍ୟାନ୍ନରେ ସ୍ୱାମୀ ବ୍ରାହ୍ମତ୍ମାନନ୍ଦ, ସ୍ୱାମୀ ଗୁରୁଶରଣାନନ୍ଦ, ସନ୍ଥ ଭାଗବତାନନ୍ଦ, ବିଶ୍ୱ ମୋହନ ପଟ୍ଟନାୟକ, ଭାସ୍କର ସୁବୁଦ୍ଧି, ତାରିଣୀ ଚରଣ ପାଢ଼ୀ, ସ୍ୱାମୀ ଶିବାନନ୍ଦ ସରସ୍ବତୀଙ୍କ ମାନବ ସମାଜ ନିମନ୍ତେ ତାଙ୍କ ଅବଦାନ ସମ୍ପର୍କରେ ଅବତାରଣ କରିଥିଲେ। ଏହାପରେ ଦରିଦ୍ର ନାରାୟଣ ସେବା, ଗରିବ ଲୋକଙ୍କୁ ନୂତନ ବସ୍ତ୍ର ଓ ଦକ୍ଷିଣା ପ୍ରଦାନ କରାଯାଇଥିଲା।
ନ୍ଧ୍ୟା ଅଧିବେଶନରେ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ଆନ୍ତ-ବିଦ୍ୟାଳୟସ୍ତରୀୟ, ବିଶ୍ୱପ୍ରାର୍ଥନା, ପ୍ରବନ୍ଧ, ବକୃତା ଓ ଗୀତା ପାଠରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବାକୁ ଦିଗଦର୍ଶନ ଦେଇଥିଲେ।ଉତ୍ତମ ସମାଜ ଗଠନରେ ମୂଲ୍ୟବୋଧିକ ଶିକ୍ଷା ଓ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରିବା ଅପରିହାର୍ଯ୍ୟ, ଯାହାଫଳରେ ଆଧ୍ୟାତ୍ମିକ ଜ୍ଞାନ ଆହରଣ ଯୋଗୁଁ ସେମାନଙ୍କର ଉତ୍ତମ ଚରିତ୍ର ଗଠନ ହେବା ସହ ଭବିଷ୍ୟତରେ ଜଣେ ଜଣେ ଉତ୍ତମ ନାଗରିକ ହୋଇ ପାରିବେ ବୋଲି କହିଥିଲେ। ଭୌତିକ ପ୍ରଗତି ସହ ଆଧ୍ୟାତ୍ମିକ ଉନ୍ନତି କରାଯାଇ ପାରିଲେ, ପ୍ରଗତିଶୀଳ ରାଷ୍ଟ୍ର ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଗଠନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ତେଣୁ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାର କରିବାକୁ ଦିବ୍ୟ ଜୀଵନ ସଂଘର ସଭ୍ୟ ଓ ସଭ୍ୟାମାନଙ୍କ ସହ ସମଧର୍ମି ମୂଲ୍ୟବୋଧକ ଅନୁଷ୍ଠାନମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ପ୍ରଚଳିତ ଶିକ୍ଷାରେ ଆଧ୍ୟାତ୍ମିକ ଶିକ୍ଷାକୁ ସଂଯୋଗ କରାଯାଇ ପାରିଲେ ଶିକ୍ଷାଦାନ ଫଳପ୍ରଦ ସଫଳ ହୋଇପାରିବ। ଉପସ୍ଥିତ ପିତାମାତାଙ୍କୁ ସେମାନଙ୍କର ପିଲାମାନେ ଟିଭିରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ବେଳେ ଯେପରି ସେମାନେ ଆଧ୍ୟାତ୍ମିକ ସିରିଏଲ ଦେଖିବା ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ଯତ୍ନବାନ ହେବା ପାଇଁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶୈଳରାଣୀ ମିଶ୍ର, ଅର୍ଣ୍ଣପୂର୍ଣ୍ଣା ଦାଶ, କାଦମ୍ବିନୀ ଦାଶ, ସୁଶ୍ରୀ ସ୍ମୁତିରେଖା ଦାଶ ସହଯୋଗ କରିଥିଲେ। ଦିବ୍ୟ ଜୀଵନ ସଂଘର ସଭାପତି ରାଧେଶ୍ୟାମ ଦାଶ ଓ ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ଶାନ୍ତିପାଠ କରି ଥିଲେ। ଏଥିରେ ଉପ -ସଭାପତି ଶ୍ରୀ ନରସିଂହ ଆଚାରୀ ଙ୍କ ସମେତ ସଙ୍ଘର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.