ବୌଦ୍ଧ: ବୌଦ୍ଧ ଜିଲା ଟିକରପଡା ପଞ୍ଚାୟତର ଭୁର୍କିପଡା ବନସଂରକ୍ଷଣ ସମିତିରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ବନ ସଂରକ୍ଷଣ ସମିିତିର ପରିବାରକୁ ଆର୍ଥିକ ଉନ୍ନତ୍ତିରେ ସୁଦୃଢ କରିବା ପାଇଁ ବିିଭିନ୍ନ ସରକାରୀ ଯୋଜନା ଯୋଗାଇ ଦିଆଯାଉଛି। ଏନେଇ ମଙ୍ଗଳବାର ଦିନ ଭୁର୍କିପଡା ମା ଗ୍ରାମପତି ସ୍ୱୟଂସହାୟକ ଦଳ ନିଜର ପାଣ୍ଠିକୁ ବିନିଯୋଗ କରି ଲାଭବାନ ହେବା ଲକ୍ଷ୍ୟରେ ବୌଦ୍ଧ ହେଚେରୀ ଠାରୁ କଳିଙ୍ଗ ଭେରାଇଟିର ୨୦୦ କୁକୁଡା ଚିଆଁ କ୍ରୟ କରି ନେଇଛନ୍ତି। କୁକୁଡା ଚିଆଁ ପ୍ରଦାନ ସମୟରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ବନ ବିଭାଗ କର୍ମଚାରୀ ଓ ସ୍ୱୟଂ ସହାୟକ ଦଳର ମହିଳାମାନେ ଉପସ୍ଥିତ ଥିଲେ।
Popular Categories



