www.samajalive.in
Monday, December 15, 2025
15.1 C
Bhubaneswar

ତିଗିରିଆରେ ୮୭ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ଋଣ ବଣ୍ଟନ 

ତିଗିରିଆ :  ମହିଳାମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ଏହାକୁ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ଶନିବାର ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ଗାନ୍ଧୀ ମଇଦାନରେ ଓଡିଶା ଜୀବିକା ମିଶନ (ମିଶନ ଶକ୍ତି ବିଭାଗ ତିଗିରିଆ) ଆନୁକୂଲ୍ୟରେ ଆୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠି ଋଣ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଏହା କହିଛନ୍ତି।
ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ  ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଗୋଷ୍ଠୀ ବିନିଯୋଗ ପାଣ୍ଠି ଋଣ ଅର୍ଥ ରାଶି ବଣ୍ଟନ କରିଥିଲେ। ମିଶନ ଶକ୍ତି ସହାୟତାରେ  ମହିଳାମାନଙ୍କୁ ଗୋଷ୍ଠିଗତ ଭାବେ ଦିଆଯାଉଥିବା ବିନିଯୋଗ ପାଣ୍ଠିର ଉଚିତ୍ ବିନିଯୋଗ କଲେ ଲାଭବାନ ହେବା ସହିତ କର୍ମ ସଂସ୍ଥାନ ବଢ଼ାଇ ମହିଳାମାନେ ଆତ୍ମନିର୍ଭରଶୀଳ  ହୋଇ ପାରିବେ ବୋଲି ମତପ୍ରକାଶ କରିଥିଲେ। ବ୍ଲକର ମୋଟ ୧୪ ଗୋଟି ପଞ୍ଚାୟତ ମଧ୍ୟରୁ ୬ ଗୋଟି ପଞ୍ଚାୟତର  ୧୭୫ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୮୭ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟା ରାଣୀ ନାୟକ, ଉପାଧ୍ୟକ୍ଷ ମାନସ କୁମାର ସାହୁ, ନିଜିଗଡ଼ ସରପଞ୍ଚ ସଂଯୁକ୍ତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସଶ୍ମିତା ରାଉତ, ମିଶନ ଶକ୍ତି ସଭାପତି ସମସୁରା ବେଗମ, ବ୍ଲକ ବିଜେଡି ମହିଳା ସଭାପତି ରୂପା ଦଳେଇ, ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ସିଂହ ପ୍ରମୁଖଙ୍କ ସହିତ ୧୪ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories