ଗୋପୀନାଥ ମିଶ୍ର ରାଜ୍ୟ କତା ନିଗମ ଅଧ୍ୟକ୍ଷ ନିର୍ବାଚିତ

ପୁରୀ: ପୁରୀ ଜିଲା ପ୍ରତାପ ପୁରୁଷୋତ୍ତମପୁର ଗ୍ରାମର ଗୋପୀନାଥ ମିଶ୍ର ରାଜ୍ୟ କତା ନିଗମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୯ ଟି ଭୋଟ ମିଳିଥିବା ଜଣା ପଡ଼ିଛି। ଶ୍ରୀ ମିଶ୍ର ନାରାୟଣୀ କତା ସମିତିର ସଭ୍ୟ ଭାବେ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ। ମୋଟ ୧୩ଟି ଭୋଟ ମଧ୍ୟରୁ ଗୋପୀନାଥଙ୍କୁ ସର୍ବାଧିକ ଭୋଟ ମିଳିଛି। ଗୋପୀନାଥ ୪ ବର୍ଷ ଅଧ୍ୟକ୍ଷ ପଦରେ ରହିବେ। ନିର୍ଦଳୀୟ ପ୍ରାର୍ଥୀ ଭାବେ ସେ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିଲେ। ତାଙ୍କ ବିରୋଧରେ ଜଣେ ବିଜେପି ସମର୍ଥିତ ବ୍ୟକ୍ତି ପ୍ରାର୍ଥୀ ହୋଇଥିଲେ। ଗୋପୀନାଥଙ୍କୁ ୪ ଜଣ ବିଜେଡି ସମର୍ଥକ ସଭ୍ୟ ଭୋଟ ଦେଇଥିବା ଜଣାପଡ଼ିଛି।

Comments are closed.