www.samajalive.in
Monday, December 15, 2025
27.1 C
Bhubaneswar

ମ୍ୟାଚ ପୂର୍ବରୁ ଭାରତକୁ ସକିବଙ୍କ ଚେତାବନୀ

ବର୍ମିଂହାମ : ଚଳିତ ବିଶ୍ବକପରେ ଏପର୍ଯ୍ୟନ୍ତ ବାଂଲାଦେଶ ଦଳ ଭଲ ପ୍ରଦର୍ଶନ କରିଆସିଛି। ଏଥର ବିଶ୍ବକପରେ ବାଂଲାଦେଶ ଟପ୍ ୪ ଟିମରେ ରହିବା ପାଇଁ ପ୍ରବଳ ଦାବିଦାର ହୋଇଛି। କାହିଁକି ନା ବାଂଲାଦେଶ ଏହି ବିଶ୍ବକପରେ ଅନେକ ଶକ୍ତିଶାଳୀ ଦଳକୁ ହରାଇବାରେ ସକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ଜୁଲାଇ ୨ତାରିଖରେ ବାଂଲାଦେଶ ଆଉ ଏକ ଶକ୍ତିଲାଳୀ ଦଳ ଭାରତକୁ ଭେଟିବାକୁ ଯାଉଛି। ଭାରତ ବିପକ୍ଷ ମ୍ୟାଚକୁ ନେଇ ବାଂଲାଦେଶର ଜଣାଶୁଣା ତଥା ଚଳିତ ବିଶ୍ବକପରେ ଭଲ ପ୍ରଦର୍ଶନ କରି ଦଳକୁ ବିଜୟୀ କରିଥିବା ସକିବ ଉଲ ହାସନ୍ ମୁହଁ ଖୋଲିଛନ୍ତି। ସକିବ ମଙ୍ଗଳବାର ଭାରତକୁ ଚେତାବନୀ ଦେଇ କହିଛନ୍ତି ଯେ-୨୦୦୭ ବିଶ୍ବକପରେ ଭାରତକୁ ହରାଇବାର ସଫଳତା ଦୋହରାଇବା ଲାଗି ବର୍ତ୍ତମାନ ଆମ ଦଳ ସକ୍ଷମ । ଭାରତ ଏକ ଶୀର୍ଷ ସ୍ତରୀୟ ଦଳ। ସେମାନେ ବିଶ୍ବକପ ଜିତିବା ଲକ୍ଷ୍ୟରେ ରହିଛନ୍ତି। ହେଲେ ଏହା ଭାରତ ପାଇଁ ସେତେଟା ସହଜ ହେବନି। ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ। ଏଥିରେ ଆମକୁ ଅଭିଜ୍ଞତା ସାହାଯ୍ୟ କରିବ। ଭାରତକୁ ହରାଇବାକୁ ହେଲେ, ଆମକୁ କିନ୍ତୁ ବହୁତ ପରିଶ୍ରମ କରିବା ସହିତ ଭଲ କ୍ରିକେଟ୍ ଖେଳିବାକୁ ପଡ଼ିବ। ମାତ୍ର ଆମେ ଭଲ ଖେଳ ପ୍ରଦର୍ଶନ କଲେ ଭାରତକୁ ହରାଇପାରିବୁ ବୋଲି ସକିବ୍ ଚେତାବନୀ ଦେଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories