www.samajalive.in
Sunday, December 7, 2025
26.1 C
Bhubaneswar

ଖାଆନ୍ତୁ ଏହି ମିଠା ଦ୍ରବ୍ୟ ସୁସ୍ଥ ରହିବେ

ଜଳଖିଆ ହେଉ ଅଥବା ସନ୍ଧ୍ୟା ବେଳର ଖାଇବା ହେଉ ଖାଦ୍ୟପଦାର୍ଥ ମଧ୍ୟରେ ମିଠାର ଦ୍ରବ୍ୟ ଖାଦ୍ୟ ଖାଇବାର ସୁଆଦକୁ ଦୁଇ ଗୁଣିତ କରିଦେଇଥାଏ। ମାତ୍ର ନିଜର ବଦଳୁଥିବା ଜୀବନଶୈଳୀରେ ଅଧିକ ମିଠା ଜାତୀୟ ଦ୍ରବ୍ୟର ସେବନ କରିବା ପାଇଁ ବାରଣ କରାଯାଇଥାଏ। କାରଣ ଅଧିକ ମିଠାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ତେବେ କେଉଁ ପ୍ରକାରର ମିଠାଦ୍ରବ୍ୟ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ସେ ବିଷୟରେ ଜାଣନ୍ତୁ….
ମାଲପୁଆ –
ମାଲପୁଆକୁ ଅଧିକାଂଶ ମଇଦାରେ ପ୍ରସ୍ତୁତ କରାଗଲେ ମଧ୍ୟ ଏହାକୁ ଅଟାରେ ପ୍ରସ୍ତୁତ କରି ଓ ଚିନି ସିରା ବଦଳରେ ଗୁଡ଼ର ସିରା ବ୍ୟବହାର କରି ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ଗୁଜୁରାତି ଗୁଣ୍ଡ, ନଡ଼ିଆ ଆଦି ମିଶାଇବା ଦ୍ୱାରା ଏହା ଖୁବ ସ୍ୱାଦିଷ୍ଟ ଲାଗିଥାଏ।
ଅଟା ଓ ଗୁଡ଼ରେ ପ୍ରସ୍ତୁତ କରିବା କାରଣରୁ ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିନଥାଏ।
ମୋଟାପଣ ବୃଦ୍ଧି କରିନଥାଏ।
ଶରୀରକୁ ବହୁ ପ୍ରକାରର ଭିଟାମିନ ଯୋଗାଇଥାଏ।
ଅଧିକ ଭୋକ ଅନୁଭବ ହୋଇନଥାଏ।
ଲାଉ ଖିରୀ –
ଲାଉ ଖିରୀ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ଓ ଉପକାରୀ ମଧ୍ୟ।
ଏହା ଶରୀରକୁ ଶୀତଳ ରଖିଥାଏ।
ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
ଚାଉଳ ଖିରୀକୁ ଯେଭଳି ପ୍ରସ୍ତୁତ କରାଯାଏ, ଲାଉକୁ କୋରି ଏହାକୁ ପ୍ରସ୍ତୁତ କରାଯାଏ। ଚିନି ବଦଳରେ ମହୁର ବ୍ୟବହାର କରନ୍ତୁ। ପ୍ରସ୍ତୁତ ପରେ ଆପଣ ଏଥିରେ କାଜୁ, ପିସ୍ତା ସଜାଇ ମଧ୍ୟ ଖାଇପାରିବେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories