www.samajalive.in
Wednesday, November 12, 2025
27.1 C
Bhubaneswar

ଚାଷୀ ସଂଖ୍ୟାକୁ ନେଇ ବିଧାନସଭାରେ ବାକ୍‌ ଯୁଦ୍ଧ; ବିରୋଧୀଙ୍କ ପ୍ରଶ୍ନରେ ମନ୍ତ୍ରୀ ହଟହଟା

ଭୁବନେଶ୍ଵର: ରାଜ୍ୟରେ କେତେ କୃଷକ ରହିଛନ୍ତି ? ୨୦୧୦ରେ କେତେ ଥିଲେ, ୨୦୧୯ରେ ସଂଖ୍ୟା କେତେ ? ବିଧାନସଭାରେ ବୁଧବାର ବିରୋଧୀଙ୍କ ଏପରି ପ୍ରଶ୍ନରେ ହଟହଟା ହୋଇଛନ୍ତି କୃଷି ମନ୍ତ୍ରୀ। ମନ୍ତ୍ରୀ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ନ ପାରିବାରୁ କିଛି ସମୟ ପାଇଁ ଗୃହରେ ହୋହଲ୍ଲା ହୋଇଥିଲା।

ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟରେ ଚାଷୀ ସଂଖ୍ୟା କେତେ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇ କହିଥିଲେ ଯେ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୫୭ ଲକ୍ଷ ଚାଷୀ ରହିଥିଲେ। ଆଗାମୀ ୨୦୨୧ରେ ପୁଣି ଥରେ ଜନଗଣନା ଅନୁଷ୍ଠିତ ହେବା ପରେ ରାଜ୍ୟରେ କେତେ ଚାଷୀ ରହିଛନ୍ତି ତାହା ଜଣାପଡ଼ିବ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ସନ୍ତୁଷ୍ଟ ହୋଇ ନ ଥିଲେ। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆପତ୍ତି ଉଠାଇ ଯଦି ବର୍ତ୍ତମାନ ରାଜ୍ୟରେ କେତେ ଚାଷୀ ଅଛନ୍ତି ତାହା ଜଣାପଡ଼ି ନାହିଁ ତେବେ କେଉଁ ଆଧାରରେ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି ବୋଲି ପାଲଟା ପ୍ରଶ୍ନ କରିବା ସହିତ ଏଥିରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଥିଲେ। ପରେ ମନ୍ତ୍ରୀ କହିଥିଲେ ଯେ, ଡିବିଟିରେ ସାମିଲ ହୋଇଥିବା ୨୨ ଲକ୍ଷ ଚାଷୀ ଏବଂ ଗ୍ରୀନ୍‌ ଫଣ୍ଡରେ ଆବେଦନ କରିଥିବା ୨୮ ଲକ୍ଷ ଚାଷୀଙ୍କ ତଥ୍ୟ ଆଧାରରେ କାଳିଆ ଯୋଜନାରେ ଚାଷୀଙ୍କୁ ସାମିଲ କରାଯାଇଛି। କିନ୍ତୁ ରାଜ୍ୟରେ ୨୦୧୯ ସୁଦ୍ଧା କେତେ ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକ ରହିଛନ୍ତି ସେନେଇ ବିରୋଧୀ ଯବାବ ମାଗିଥିଲେ। ଶେଷରେ ମନ୍ତ୍ରୀ ସ୍ବୀକାର କରିଥିଲେ ଯେ, ବର୍ତ୍ତମାନର ଚାଷୀ ସଂଖ୍ୟା ନେଇ ତାଙ୍କ ନିକଟରେ କୌଣସି ତଥ୍ୟ ନାହିଁ। ଆଗାମୀ ଦିନରେ ସେ ଏ ନେଇ ତଥ୍ୟ ସଂଗ୍ରହ କରି ଗୃହରେ ଜଣାଇବେ ବୋଲି କହିଥିଲେ।

Hot this week

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

Related Articles

Popular Categories