www.samajalive.in
Saturday, December 6, 2025
16.1 C
Bhubaneswar

ବିସିବିର ନିୟମକୁ ସାକିବଙ୍କ ଉଲ୍ଲଙ୍ଘନ : ଲାଗିପାରେ ଜୋରିମାନା

ଢାକା : ବାଂଲାଦେଶ କ୍ରିକେଟ ଦଳର ଅଧିନାୟକ ସାକିବ୍ ଅଲ୍ ହାସନ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)ର ନିୟମକୁ ଉଲ୍ଲଘନ କରିଛନ୍ତି। ଏଥିପାଇଁ ତାଙ୍କ ଉପରେ ଜୋରିମାନା ଲାଗିପାରେ ବୋଲି ଜଣାପଡିଛି। ଅକ୍ଟୋବର ୨୨ରେ ସାକିବ୍ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଦ୍ୱାରା ପ୍ରଣୟନ ହୋଇଥିବା ସବୁ ନିୟମକୁ ଉଲ୍ଲଙ୍ଘନ କରି ଘରୋଇ ଟେଲିକମ କମ୍ପାନୀ ସହ ଡିଲ୍‌ କରିଛନ୍ତି। ଏଥିପାଇଁ ତାଙ୍କୁ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ବିସିବିର ନିୟମ ଅନୁସାରେ, ବାଂଲାଦେଶର କ୍ରିକେଟରମାନେ କୌଣସି ଘରୋଇ ଟେଲିକମ କମ୍ପାନୀ ସହ ଡିଲ୍‌ କରିପାରିବେ ନାହିଁ। ଏନେଇ ବିସିବି ସଭାପତି ନଜମୁଲ ହସନ କହିଛନ୍ତି ଯେ, ଏହି ମାମଲାକୁ ନେଇ ଯଦି ସାକିବଙ୍କ ଠାରୁ ସନ୍ତାଷ ଜନକ ଉତ୍ତର ନମିଳେ ତେବେ ତାଙ୍କ ଉପରେ ଦୃଢ କାର୍ୟ୍ୟନୁଷ୍ଠାନ ନିଆଯିବ।
ଆସନ୍ତା ନଭେମ୍ବରରୁ ବାଂଲାଦେଶ ଭାରତ ଗସ୍ତରେ ଆସିବ। ନଭେମ୍ବର ୦୩(ରବିବାର)ରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ଭାରତ ଓ ବାଂଲାଦେଶ ମଧ୍ୟରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ ଓ ଦୁଇଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ସିରିଜ ଖେଳାଯିବ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories