www.samajalive.in
Saturday, December 6, 2025
16.1 C
Bhubaneswar

ଆଖିର ସୁରକ୍ଷା ପାଇଁ ଦୀପାବଳିରେ ପ୍ରସ୍ତୁତ କରନ୍ତୁ ପ୍ରାକୃତିକ କାଜଲ

ଆଜି ହେଉଛି ନରକ ଚତୁର୍ଦଶୀ ଅର୍ଥାତ୍ ଛୋଟ ଦୀପାବଳି । ନରକ ଚତୁର୍ଦଶୀ ପର ଦିନ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆରାଧାନା କରାଯାଏ । ଦୀପରେ ପୁରା ଘରକୁ ଆଲୋକମୟ କରିବା ସହ ମା’ଲକ୍ଷ୍ମୀଙ୍କ ସ୍ବାଗତରେ ରଙ୍ଗୋଲି ବା ମୁରୁଜ ପକାଯାଏ ।
ଦୀପାବଳିକୁ ନେଇ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ମହତ୍ତ୍ବ ରହିଛି । କିଛି ଲୋକ ଦୀପାବଳି ଦିନ କାଜଲ ପ୍ରସ୍ତୁତ କରନ୍ତି । ଏଥିପାଇଁ ରାତି ସାରା ଦୀପ ଜଳାନ୍ତି ଏବଂ ଦୀପ ତଳ କଳାରୁ ହିଁ କାଜଲ ପ୍ରସ୍ତୁତ କରନ୍ତି । ଏହି କଳାକୁ ଘରର ସମସ୍ତ ବୟୋଜ୍ୟଷ୍ଠ ବ୍ୟକ୍ତି ଆଖିରେ ଲଗାଇବାର ପରମ୍ପରା ରହିଛି । ଏହି କାଜଲକୁ ଲଗାଇବା ଦ୍ବାରା ଖରାପ ଶକ୍ତିର ପ୍ରଭାବ ବ୍ୟକ୍ତି ଉପରେ ପଡେ ନାହିଁ ବୋଲି ବିଶ୍ବାସ ରହିଛି ।
ଏହା ବ୍ୟତୀତ ଏହି କାଜଲକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଲମାରୀ, ବାକ୍ସ, ରୋଷେଇ କରିବା ଚୁଲାରେ ଲଗାଯାଏ । ଏପରି କରିବା ଦ୍ବାରା ସମସ୍ତ ବାଧା ବା ସଙ୍କଟ ଦୂର ହୁଏ ବୋଲି ମାନ୍ୟତା ରହିଛି ।
ଦୀପାବଳିରେ କାଜଲ ଲଗାଇବାର ବୈଜ୍ଞାନିକ ମହତ୍ତ୍ବ
ଦୀପାବଳି ପରେ ବାୟୁ ପ୍ରଦୂଷଣ ଅଧିକ ମାତ୍ରାରେ ହୋଇଥାଏ । ପ୍ରଦୂଷଣର ପ୍ରଭାବ ଆଖି ଉପରେ ଅଧିକ ପଡିଥାଏ । ପ୍ରଦୂଷଣ ମାତ୍ରା ଅଧିକ ହେବା କାରଣରୁ କିଛି ଲୋକଙ୍କ ଆଖି ଲାଲ ପଡିଯାଇଥାଏ । ଆଖିରୁ ପାଣି ବାହାରିବା ସହ ଜଳା ପୋଡା ମଧ୍ୟ ଅନୁଭବ ହୁଏ । ତେଣୁ ଦୀପାବଳି ଦିନ କାଜଲ ଲଗାଇବା ଦ୍ବାରା ବାୟୁ ପ୍ରଦୂଷଣ ଓ ଥଣ୍ଡା ପବନରୁ ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories