www.samajalive.in
Saturday, December 6, 2025
23.1 C
Bhubaneswar

ଜମ୍ମୁ କାଶ୍ମୀର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଅତିରିକ୍ତ କିସ୍ତି ମହଙ୍ଗା ଭତ୍ତା

ଶ୍ରୀନଗର :  ଜମ୍ମୁ କାଶ୍ମୀରରେ ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀମାନଙ୍କ ପାଇଁ ଅତିରିକ୍ତ କିସ୍ତି ମହଙ୍ଗା ଭତ୍ତା ପ୍ରଦାନ କରାଯିବ।  ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ନେତୃତ୍ୱାଧୀନ ରାଜ୍ୟ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀଙ୍କ ପାଇଁ ଅତିରିକ୍ତ କିସ୍ତି ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ମଞ୍ଜୁର କରାଯାଇଛି।
୨୦୧୯ ଜୁଲାଇ ପହିଲାରୁ ଶତକଡ଼ା ୫ ଭାଗ ମୂଳ ବେତନ ଓ ପେନ୍‍ସନ୍‍ ସହ ଦିଆଯିବ। ଆଗରୁ ଶତକଡ଼ା ୧୨ ଭାଗ ମହଙ୍ଗାଭତ୍ତା ଦିଆଯାଉଥିଲା। ଏହି ନିଷ୍ପତ୍ତି ଦ୍ୱାରା ସାଢ଼େ ୪ ଲକ୍ଷ ରାଜ୍ୟ କର୍ମଚାରୀ ଓ ୧ ଲକ୍ଷ ୬୦ ହଜାର ପେନ୍‍ସନଭୋଗୀ
ଉପକୃତ ହେବେ। ବର୍ଦ୍ଧିତ ମହଙ୍ଗାଭତ୍ତା ଦିଆଯିବାଦ୍ୱାରା ୨୦୧୯-୨୦ ବର୍ଷରେ ରାଜକୋଷକୁ ୭୨୫ କୋଟି ଟଙ୍କା ବହନ କରିବାକୁ ପଡ଼ିବ। ଇତିମଧ୍ୟରେ ଜମ୍ମୁ-କାଶ୍ମୀର ଓ ଲଦାଖ୍‍ ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟକ୍ଷମ କରିବାପାଇଁ ଆଉ ଅଳ୍ପ ଦିନ ବାକିଥିବାବେଳେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନ ଅଧୀନରେ ଆସନ୍ତା ୩୧ ତାରିଖରୁ ସବୁ ଭତ୍ତା ଦେବାପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories