ଟ୍ରାଫିକ୍‍ ନିୟମ ପାଳନ ପାଇଁ ଶାହରୁଖ୍‍ଙ୍କ ବାହୁ ଖୋଲା ସଂକେତ

0

ନୂଆଦିଲ୍ଲୀ : ଆସାମ ପୁଲିସ୍‍ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲିଉଡ୍‍ ସୁପରଷ୍ଟାର ଶାହରୁଖ୍‍ ଖାନ୍‍ଙ୍କ (ସିଗ୍‍ନେଚର୍‍ ଷ୍ଟେପ୍‍) ବାହୁ ଖୋଲା ସଂକେତକୁ ବ୍ୟବହାର କରି ଜନସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି। ଚଳଚ୍ଚିତ୍ର ଏବଂ ବିଭିନ୍ନ ମଞ୍ଚରେ ଶାହରୁଖ୍‍ଙ୍କ ହାତ ମେଲାଇ ଛିଡା ହେବାର ଶୈଳୀ ବେଶ୍‍ ଲୋକପ୍ରିୟ। ଟ୍ରାଫିକ୍‍ ନିୟମ ବାବଦରେ ସଚେତନତା ସୃଷ୍ଟି ପାଇଁ ଶାହରୁଖ୍‍ଙ୍କ ଏହି (ସିଗନେଚର ଷ୍ଟେପ୍‍)କୁ ଆସାମ ପୁଲିସ୍‍ ବ୍ୟବହାର କରିଥିବାର ଏକ ଫଟୋ ଟୁଇଟ୍‍ରରେ ପୋଷ୍ଟ କରିଛି। ଆସାମର ଜଲୁକ୍‍ବାଡିର ଏସ୍‍ପି ପୋନ୍‍ଜିତ ଦୋବେରାହ ଗୁରୁବାର ନିଜର ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଚିତ୍ରକଳା ଅପଲୋଡ୍‍ କରି ସେଥିରେ ଏକ ବାର୍ତ୍ତା ଦେଇଥିଲେ। ସେହି ଛବିରେ ‘ଶାହରୁଖ୍‍ ଖାନ’୍‍ ନିଜ ହାତରେ ଏକ କାର୍ଡ ଧରିଥିଲେ ଯେଉଁଥିରେ ଲେଖାଥିଲା ‘ଦୟାକରି ଟ୍ରାଫିକ୍‍ ନିୟମ ପାଳନ କରନ୍ତୁ’। ‘ଶାହରୁଖ୍‍’ ଆସାମ ପୁଲିସଙ୍କର ଏହି ଟ୍ୱିଟ୍‍ର ପ୍ରତିକ୍ରିୟାରେ ଲେଖିଥିଲେ- ‘ମୋତେ ଲାଗୁଛି ମୋର ଏହି ଶୈଳୀ ସବୁଠାରୁ ଭଲ ବାର୍ତ୍ତା ବ୍ୟକ୍ତ କରିଛି’। ଦୟାକରି ଟ୍ରାଫିକ୍‍ ନିୟମର ପାଳନ କରନ୍ତୁ।

Leave A Reply