www.samajalive.in
Sunday, December 7, 2025
26.1 C
Bhubaneswar

କଂଗ୍ରେସକୁ ଶକ୍ତ ଧକ୍କା: ମେଘାଳୟର ୧୧ କଂଗ୍ରେସ ବିଧାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଟିଏମସିରେ ଯୋଗଦେଲେ

ଶିଲଂ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସମଗ୍ର ଦେଶରେ ନିଜର ଉପସ୍ଥିତି ଜାହିର କରିବା ପ୍ରୟାସ ଜାରି ରଖିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଟିଏମସିରେ ସାମିଲ ହେବା ଘଟଣା ତାଙ୍କ ମନୋବଳକୁ ଦୃଢ କରିବାରେ ଲାଗିଛି । ଇତିମଧ୍ୟରେ ମେଘାଳୟର ୧୨ ଜଣ କଂଗ୍ରେସ ବିଧାୟକ ନିଜ ଦଳ ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ମଧ୍ୟ ଅନ୍ତର୍ଭୁକ୍ତ । ମେଘାଳୟର ମୋଟ ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ତୃଣମୂଳ କଂଗ୍ରେସରେ ଯୋଗଦେବା ଘଟଣା କଂଗ୍ରେସ ପ୍ରତି ଶକ୍ତ ଧକ୍କା ପହଞ୍ଚାଇଛି । ଏଥିସହିତ ରାଜ୍ୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବରେ ଉଭା ହୋଇଛି । ତୃଣମୂଳରେ ଯୋଗଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା କହିଛନ୍ତି ଯେ କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଏକଘରିଆ କରି ରଖିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହିତ ଲୋକସଭା ସାଂସଦ ଭିନସେଣ୍ଟ ଏଚ ପାଲାଙ୍କୁ ମେଘାଳୟ କଂଗ୍ରେସ ସଭାପତି ଭାବରେ ନିଯୁକ୍ତି କରାଯିବା ଘଟଣାରେ ମଧ୍ୟ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୨ରେ ମେଘାଳୟ ତୃଣମୂଳ କଂଗ୍ରେସ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ଏବଂ ଏହା ରାଜ୍ୟର ୬୦ଟି ବିଧାନସଭା ଆସନ ମଧ୍ୟରୁ ୩୫ଟିରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲକ୍ଷ୍ୟ ରଖିଥିଲା । ଏହା ପୂର୍ବରୁ କଂଗ୍ରେସର ଦୁଇ ପ୍ରମୁଖ ନେତା କୀର୍ତ୍ତି ଆଜାଦ ଏବଂ ଅଶୋକ ତନୱାର ନୂଆଦିଲ୍ଲୀଠାରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories