www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ତର ଭାରତରେ ପ୍ରବଳ ଶୀତ; ୟୁପିରେ ୨୪ ଘଣ୍ଟାରେ ୪୦ ମୃତ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଆଗାମୀ ଦୁଇ ଦିନରେ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଜଣାପଡିଛି। ଦିଲ୍ଲୀ, ହରିୟାଣା, ୟୁପି ସମେତ ଉତ୍ତର ଭାରତରେ ହାଡଭଙ୍ଗା ଶୀତରୁ ତ୍ରାହି ମିଳିନାହିଁ। ପ୍ରବଳ ଶୀତ କାରଣରୁ ଉତ୍ତରପ୍ରଦେଶରେ ମଙ୍ଗଳବାର ୪୦ ଜଣଙ୍କ ମୃତ୍ୟୁ ଘଟିଛି।

ଶୀତ ପ୍ରକୋପରେ ବୁନ୍ଦେଲଖଣ୍ଡ ଏବଂ ୟୁପିର ମଧ୍ୟ ଭାଗରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। କେବଳ କାନପୁର ସହରରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଫତେହପୁର ଏବଂ ଐରୋୟାରେ ଦୁଇ ଜଣଙ୍କ ଲେଖାଏଁ ମୃତ୍ୟୁ ହୋଇଛି। ପ୍ରବଳ ଥଣ୍ଡା ଯୋଗୁ ବାନ୍ଦାରେ ଜଣେ ବୃଦ୍ଧଙ୍କ ଜୀବନ ଚାଲି ଯାଇଥିବା ବେଳେ ପ୍ରତାପଗଢରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।

- Advertisement -

ସେହିପରି ରାମପୁରର ଶାହବାଦ ଅଞ୍ଚଳରେ ନବୀଗଞ୍ଜ ଜଦୀଦ ଗାଁରେ ଜଣେ ନେତାଙ୍କ ଭାଇ ଫସଲରେ ଜଳସେଚନ କରୁଥିବା ​‌ବେଳେ ପ୍ରବଳ ଥଣ୍ଡା ଯୋଗୁ ଅସୁସ୍ଥ ହୋଇପଡିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ ତାଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ବାରାଣସୀ, ଆଜମଗଢ ଏବଂ ଭିନ୍ଧ୍ୟାଚଳ ଉପଖଣ୍ଠ ସମତେ ଅନ୍ୟାନ୍ୟ ସ୍ଥାନରେ କୋହଲା ପାଗ ଲାଗି ରହିଥିଲା। ଶୀତ କାରଣରୁ ଭଦୋହୀ ଅଞ୍ଚଳରେ ଦୁଇ ଜଣ ଏବଂ ବଲିୟା, ଜୌନପୁର, ବାରାଣସୀରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ବୁନ୍ଦଲଖଣ୍ଡର ତାପମାତ୍ରା ୩ ଡିଗ୍ରୀ ତଳେ ରହିଥିବା ବେଳେ  ବହରାଇଚ୍ ଅଞ୍ଚଳରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ଜଣାପଡିଛି। ଅନ୍ୟ କେତେକ ସହରର ତାପମାତ୍ରା ୨ରୁ ୭ ଡିଗ୍ରୀ ମଧ୍ୟରେ ରହିଛି। ଉତ୍ତର ଭାରତରେ ଆଉ କିଛି ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

ଘନ କୁହୁଡି କାରଣରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଝାନ୍ସି ଓ ଲକ୍ଷ୍ନୌ ଇଣ୍ଟରସିଟି ଏକ୍ସପ୍ରେସକୁ ଡିସେମ୍ବର ୨୫ରୁ ୨୮ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଖରାପ ପାଗ ଯୋଗୁ ବିମାନ ଉଡାଣକୁ ମଧ୍ୟ ବାତିଲ କରାଯାଇଛି। ଆଠଟି ବିମାନର ଉଡାଣକୁ ବାତିଲ କରାଯାଇଥିବା ବେଳେ ୧୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories