www.samajalive.in
Sunday, December 7, 2025
26.1 C
Bhubaneswar

କୁହୁଡି ଯୋଗୁଁ ସିରିଜ ଦୁର୍ଘଟଣା ; ୧୨ରୁ ଅଧିକ ଆହତ , ଏକାଧିକ ଯାନ କ୍ଷତିଗ୍ରସ୍ତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କୁହୁଡି ଯୋଗୁଁ ସିରିଜ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡିଛି। ଶନିବାର ସକାଳେ ୟମୁନା ଏକ୍ସପ୍ରେସୱେରେ ଥରକେ ଏକାଧିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ମିଳିଛି। ଦୁର୍ଘଟଣାରେ ୧୨ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗ୍ରେଟର ନୋଏଡାରେ ଦନକୋର ଥାନା ଅଞ୍ଚଳରେ କୁହୁଡି ଯୋଗୁଁ ୟମୁନା ଏକ୍ସପ୍ରେସୱେରେ ପ୍ରାୟ ୬ଟି ଗାଡି ଏକାସହ ଦୁର୍ଘଟଣା ଘଟି ୧୨ ଜଣ ଆହତ ହେବା ସହ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବହୁ ଯାନ , ବସ ମଧ୍ୟ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାନକୁ ରାସ୍ତାରୁ ହଟାଇଥିଲା।
ସେହିପରି ଉତ୍ତରପ୍ରଦେଶର ଫିରୋଜାବାଦ ଜିଲାରେ ଶନିବାର ସକାଳେ ଘନ କୁହୁଡି ଯୋଗୁଁ ଭୀଷଣ ସଡକ ଦୁର୍ଘଟଣା ଘଟିଛି। ଆଗ୍ରା –ଲକ୍ଷେ୍ନø ଏକ୍ସପ୍ରେସୱେରେ ମେନପୁରୀ ଓ ଫିରୋଜାବାଦର ସୀମାର ନିକଟରେ ପ୍ରାୟ ୧୦ ଯାନ ପରସ୍ପର ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବହୁ ଲୋକେ ଆହତ ହୋଇଛନ୍ତି। ୨ଟି ଯାନ ଅଧିକ କ୍ଷତିଗ୍ରସ୍ତ ହେବା ସହ ସେଥିରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ରାସ୍ତାରେ ଥିବା ଯାନ ଗୁଡ଼ିକୁ କ୍ରେନ ଦ୍ୱାରା ହଟାଇଥିଲା।

 

- Advertisement -

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories