www.samajalive.in
Tuesday, December 9, 2025
15.1 C
Bhubaneswar

ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବ ପାଇକାରୀ ବଜାର ଉପରେ ପଡ଼ିଛି। ଫଳରେ ପାଇକାରୀ ମୁଦ୍ରାସ୍ଫୀତି ଦୁଇ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଅନୁସାରେ ସେପ୍ଟେମ୍ବର ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି ପାଇଛି। ଗତ ଅଗଷ୍ଟ ମାସରେ ପାଇକାରୀ ମଦ୍ରାସ୍ଫୀତି ୪.୫୩% ଥିଲାବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ପାଇକାରୀ ମୁଦ୍ରାସ୍ଫୀତି ୩.୧୪% ଥିଲା।
ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ତଥ୍ୟ ଅନୁସାରେ ଖାଦ୍ୟ ପଦାର୍ଥ ଦରଦାମରେ ହ୍ରାସ ପରିଲକ୍ଷିତ ହୋଇଛି। ଅଗଷ୍ଟ ମାସରେ ଖାଦ୍ୟ ପଦାର୍ଥ ଦରଦାମ ୪.୦୪% ଥିଲା ବେଳେ ସେପ୍ଟେମ୍ବର ମାସରେ ଏହା ୦.୨୧% ହ୍ରାସ ପାଇଛି। ପନିପରିବା ଦରଦାମ ଅଗଷ୍ଟ ମାସରେ ୨୦.୧୮% ଥିଲାବେଳେ ସେପ୍ଟେମ୍ବର ମାସରେ ଏଥିରେ ୩.୮୩% ହ୍ରାସ ପରିଲକ୍ଷିତ ହୋଇଛି। ଇନ୍ଧନ ଏବଂ ଶକ୍ତି ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୧୬.୬୫% ରହିଛି। ପେଟ୍ରୋଲ ଓ ଡିଜେଲ ମୁଦ୍ରାସ୍ଫୀତି କ୍ରମାନ୍ୱୟରେ ୧୭.୨୧% ଓ ୨୨.୧୮% ରହିଛି। ଏଲ୍‍ପିଜି (ରନ୍ଧନ ଗ୍ୟାସ) ମୁଦ୍ରାସ୍ଫୀତି ୩୩.୫୧% ରହିଛି। ଖାଦ୍ୟପଦାର୍ଥରେ ଆଳୁ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ୮୦.୧୩% ବୃଦ୍ଧି ଘାଟିଛି। ପିଆଜ ମୁଦ୍ରାସ୍ଫୀତିରେ ୨୫.୨୩%, ଫଳ ମୁଦ୍ରାସ୍ଫୀତିରେ ୭.୩୫% ଓ ଡାଲି ମୁଦ୍ରାସ୍ଫୀତିରେ ୧୮.୧୪% ହ୍ରାସ ଘଟିଛି।
ଏହା ପୂର୍ବରୁ ଜୁଲାଇ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫.୨୭% ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories