www.samajalive.in
Saturday, December 13, 2025
18.1 C
Bhubaneswar

ବରିଷ୍ଠ ନାଗରିକଙ୍କ ଟିକାକରଣ ସଂଖ୍ୟା ୧.୮୭ଲକ୍ଷ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଟିକାକରଣ କାର୍ଯ୍ୟକ୍ରମ ଉତ୍ସାହଜନକ ଥିବା ପରିଲକ୍ଷିତ ହୋଇଛି। ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧ଲକ୍ଷ ୮୭ହଜାର ୯୫୮ଜଣଙ୍କୁ ଟିକାଦାନ କରାଯାଇ ସାରିଲାଣି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବିଭିନ୍ନ ପ୍ରକାର ଟିକାକରଣ ସଂଖ୍ୟା ୯ଲକ୍ଷ ୪ହଜାର ୮୪୫କୁ ଛୁଇଁଛି।
ସ୍ବାସ୍ଥ୍ୟବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ମାର୍ଚ୍ଚ ପହିଲାରେ ୧୧ହଜାର ୨୮୯ବରିଷ୍ଠ ନାଗରିକ ଟିକା ନେଇଥିବାବେଳେ ମଙ୍ଗଳବାର ୨୦ହଜାର ୯୫୨, ବୁଧବାର ୨୩ହଜାର ୭୯୨, ଗୁରୁବାର ୩୯ହଜାର ୮୪୯, ଶୁକ୍ରବାର ୧୮ହଜାର ୬୦୬,ଶନିବାର ୨୮ହଜାର ୫୯୭ ଏବଂ ଆଜି ୪୮ହଜାର ୨୪ ବରିଷ୍ଠ ନାଗରିକ ଟିକା ନେଇଛନ୍ତି। ସେହିପରି ଆଜି ସୁଦ୍ଧା ରାଜ୍ୟରେ ୯ଲକ୍ଷ ୪ହଜାର ୮୪୫ ଜଣଙ୍କୁ ଟିକା ଦିଆଯାଇଛି। ସେଥିମଧ୍ୟରେ ୩ଲକ୍ଷ ୩ହଜାର ୩୮୨ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ନେଇଥିବାବେଳେ ୨ଲକ୍ଷ ୧୦ହଜାର ୫୪୨ କର୍ମୀ ଦ୍ବିତୀୟ ଡୋଜ ନେଇଛନ୍ତି। ସେହିପରି ୧ଲକ୍ଷ ୭୨ହଜାର ୬୭୮କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇଥିବାବେଳେ ୨୧ହଜାର ୨୪୫ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି। ଏହାବାଦ୍ ୪୫ରୁ ୫୯ବର୍ଷ ମଧ୍ୟରେ ଜଟିଳ ରୋଗରେ ପୀଡ଼ିତ ଥିବା ୯୦୪୦ ବ୍ୟକ୍ତିଙ୍କୁ ଟିକାଦାନ ହୋଇଛି। ଆଜି ରାଜ୍ୟରେ ୬୩୪ଟି ଟିକାଦାନ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଥିଲା। ସେଥିରେ ୪୬ଟି କୋଭାକ୍ସିନ କେନ୍ଦ୍ର କରାଯାଇଥିଲା। ଏଥିରେ ୫୪୧ ସ୍ବାସ୍ଥ୍ୟକର୍ମୀ ଓ ୧୪୭୫ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇଥିବାବେଳେ ୧୧ହଜାର ୯୫୦ ସ୍ବାସ୍ଥ୍ୟକର୍ମୀ ଏବଂ ୨୧ହଜାର ୨୩୭ କୋଭିଡ଼ ଯୋଦ୍ଧା ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେହିପରି ୪୫ରୁ ୪୯ବର୍ଷ ମଧ୍ୟରେ ଆଜି ୨୬୫୭ ଜଟିଳ ରୋଗୀ ଟିକା ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories