www.samajalive.in
Sunday, December 14, 2025
18.1 C
Bhubaneswar

ଲିଭୁନି ଶିମିଳିପାଳ ନିଆଁ

-ନିଆଁ ଲଗାଉଥିବାବେଳେ ଯୁବକ ଗିରଫ, -ହେଲିକପ୍‌ଟରରୁ ପାଣି ସିଞ୍ଚନ ଦାବି

ଶୁକୃଳି : ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିଥିବା ଶିମିଳିପାଳ ବିପଦରେ । ଦିନ ରାତି ଜଳୁଛି ଏହି ବିରାଟ ବନଭୂମି। ଶିମିଳିପାଳରେ ନିଆଁ ଲିଭେଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ବନ ବିଭାଗ ଏବଂ ଅଗ୍ନିଶମ ବିଭାଗ। ଗୋଟିଏ ଜଙ୍ଗଲରେ ନିଆଁ ଲିଭେଇକି ଆସିଲେ ଆଉ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଥିବା ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।
ଶିମିଳିପାଳରେ ଆବଶ୍ୟକତା ଠାରୁ ବହୁତ କମ୍‌ କର୍ମଚାରୀ ଥିଲେ ବି ସେମାନେ ଦିନ ରାତି ଏକ କରି ଦେଇଛନ୍ତି ନିଆଁ ଲିଭେଇବା ପାଇଁ। ତେବେ ନିଆଁ ଲାଗିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନିୟନ୍ତ୍ରଣକୁ ଆସି ପାରୁନି ନିଆଁ। ଅନ୍ୟପଟେ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଜଣେ ଯୁବକକୁ ଗିରଫ କରିଛନ୍ତି ଦୁଧିଆଣି ରେଞ୍ଜ ଅଫିସର ସରୋଜ ପଣ୍ଡା। ଏଭଳି ଦୁର୍ବୃତ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନିଆଁ ଲିଭାଇବା ପାଇଁ ହେଲିକପଟରରୁ ପାଣି ସିଞ୍ଚନ ପାଇଁ ଦାବି ହେଉଛି। ନିଆଁ ଲାଗିବା ଯୋଗୁଁ ତାର କୁପ୍ରଭାବ ପଡିଛି ମୟୂରଭଞ୍ଜ ଜିଲାରେ। କରଞ୍ଜିଆ ଉପଖଣ୍ଡର ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା ପ୍ରଭୃତି ବ୍ଲକର ବିଭିନ୍ନ ଗାଁରେ ଧୂଆଁ ଧୂଆଁ ଦେଖାଯାଉଛି। ଆଖି ପୋଡିବା ସହିତ ଦିନ ସମୟ ରେ ଗରମ ଅନୁଭୂତ ହେଉଛି।

- Advertisement -

ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସୂଚନା ମୁତାବକ ଶିମିଳିପାଳରେ ଆଜି ୫୮୩ଟି ସ୍ଥାନରେ ଜଙ୍ଗଲ ଜଳୁଛି। ଉତ୍ତରରେ ଆଜି ୩୯୬ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ଦକ୍ଷିଣ ଶିମିଳିପାଳରେ ୧୮୭ଟି ସ୍ଥାନରେ ନିଆଁ ଲାଗିଛି। ଉତ୍ତର ଶିମିଳିପାଳର କେନ୍ଦୁମୁଣ୍ଡି, ତାଳବନ୍ଧ, ଗୁଡୁଗୁଡ଼ିଆ, ବରେହିପାଣି ଓ ନଅଣା ରେଞ୍ଜରେ ନିଆଁ ଲାଗିଥିବା ସୂଚନା ମିଳିଛି। ଶିମିଳିପାଳରେ ନିଆଁ ଲାଗିବା ମଣିଷକୃତ। ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗର ୪ଟି ଟିମ ଶିମିଳିପାଳ ଭିତରକୁ ପ୍ରବେଶ କରିଥିବା ବେଳେ, ପୂର୍ବରୁ ଜାମୁଆଣି ଠାରେ ୨ଟି ଟିମ୍‌ ନିୟୋଜିତ ଅଛନ୍ତି। ଶିମିଳିପାଳ ଉତ୍ତରରେ ୮ଟି ରେଞ୍ଜ ଅଫିସରୁ ୭ଟି ରେଞ୍ଜ ଅଫିସରେ ଟିମ ଗଠନ କରାଯାଇଛି। ଗୋଟିଏ ଟିମରେ ୧୦ ଜଣ ଲେଖାଁଏ ଅଛନ୍ତି। ଉତ୍ତର ଶିମିଳିପାଳ ଭିତରେ ୪୫ଟି ଗାଁ ରହିଛି। ଶିମିଳିପାଳ ଚତୁଃପାର୍ଶ୍ବରେ ୧୨୦୦ ଗାଁ ଅଛି। ମିଳିଥିବା ସୂଚନା ଅନୁଯାୟୀ, ଶିମିଳିପାଳ ପାଦଦେଶରେ ଥିବା ଏବଂ ଶିମିଳିପାଳ ଭିତରେ ଥିବା କିଛି ଗାଁର ଦୁର୍ବୃତ୍ତ ନିଆଁ ଲଗାଇ ଦେଉଛନ୍ତି। ଫଳରେ ନିଆଁ ଲିଭିବାର ନାଁ ଧରୁନି। ସବୁ ପ୍ରକାର ସତର୍କତା ସତ୍ତ୍ବେ ଶିମିଳିପାଳର ନିଆଁକୁ ନିୟନ୍ତ୍ରଣ କରିହେଉନାହିଁ। ମୟୂରଭଞ୍ଜର ପୂର୍ବତନ ସାଂସଦ ସୁଶୀଳା ତିରିଆ ପ୍ରକାଶ କରିଛନ୍ତି ଯେ ଅଗ୍ନିଶମ ବିଭାଗ ଶିମିଳିପାଳରେ ନିଆଁ ଲିଭାଇ ପାରିବେନାହିଁ। ସରକାର ହେଲିକପ୍ଟରରେ ନିଆଁ ଲିଭାନ୍ତୁ।
ଅନ୍ୟପକ୍ଷରେ ଶିମିଳିପାଳରେ ନିଆଁ ଲାଗୁଥିବା କାରଣରୁ ୧୦ ତାରିଖରେ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ବାରିପଦାରୁ ଆସିଥିବା ଅତିରିକ୍ତ ଅଗ୍ନିଶମ ଅଫିସର ପ୍ରକାଶ କୁମାର ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି, ଶିମିଳିପାଳରେ ନିଆଁ ଲିଭେଇବା ଅନେକ କଷ୍ଟଦାୟକ। ଗଞ୍ଜାମ ଏବଂ ବାରିପଦାରୁ କିଛି ନିଆଁ ଲିଭାଳୀ ଦଳ ଯୋଗ ଦେବେ ଶିମିଳିପାଳରୁ ନିଆଁ ଲିଭେଇବା ପାଇଁ। ଶିମିଳିପାଳରେ ଲାଗିଥିବା ନିଆଁ ମଣିଷକୃତ ହେଇଥିବାରୁ ସଚେତନତା ଉଦ୍ଦେଶ୍ୟରେ ଯଶିପୁର ବଜାରରେ ବିରାଟ ଗଣ ଦୌଡ଼ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, ଶିମିଳିପାଳ ସୁରକ୍ଷିତ ରହୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories