www.samajalive.in
Saturday, December 13, 2025
21.1 C
Bhubaneswar

ଅଭ୍ୟାସଗତ ଅପରାଧୀଙ୍କୁ ଧରିବ ସ୍ବତନ୍ତ୍ର ଟିମ୍‌ : ସାମିଲ ହେବେ ବଛାବଛା ଅଧିକାରୀ:ଡିସିପି

ଭୁବନେଶ୍ୱର : ଗତ କିଛି ମାସ ହେବ ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ବଢୁଥିବା ଅପରାଧ କାରଣରୁ ଲୋକମାନେ ମଧ୍ୟ ଆତଙ୍କିତ ହେଉଛନ୍ତି। ଯାହାକି କମିସନରେଟ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଛିନ୍‌ତାଇ, ଲୁଟ୍‌ ଓ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଡିସିପିଙ୍କ ନେତୃତ୍ବରେ ପ୍ରତ୍ୟେକ ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ‘ସ୍ପେଶାଲ ୨୬’ ଟିମ୍‌ ଗଠନ ହୋଇଛି। ଅପରାଧୀଙ୍କୁ ଧରିବ ଏହି ସ୍ପେଶାଲ ଟିମ୍‌। ଅାବଶ୍ୟକ ସ୍ଥଳେ ଏନକାଉଣ୍ଟର ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। ସବୁ ଥାନା ମଧ୍ୟରେ ସମନ୍ବୟ ରକ୍ଷା ସହ ଏହି ସ୍ବତନ୍ତ୍ର ଟିମ୍‌ ଗୁପ୍ତ ଅଭିଯାନ ଜାରି ରଖିବ। ଯେଉଁମାନେ ନିୟମିତ ଅପରାଧ ଘଟାଉଛନ୍ତି ସେମାନଙ୍କ ପ୍ରତି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରାଯିବ ବୋଲି ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି।
ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଲାଗି କମିସନରେଟ ପୁଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ପ୍ରତ୍ୟେକ ଥାନାରୁ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଚିହ୍ନଟ କରାଯାଇଛି। ଜମିନ୍‌ରେ ଆସିବା ପରେ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ଏହି ଟିମ୍ ନଜର ରଖିବ ା ୨୦୨୦ଡିସେମ୍ବର ମାସରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୫୭ଟି, ୨୦୨୧ ଜାନୁଆରୀରେ ୬୨, ଫେବୃଆରୀରେ ୫୭ଟି ଛିନ୍‌ତାଇ ଘଟଣା ଘଟିଥିବା ବେଳେ ୨୦୨୦ ଡିସେମ୍ବରରେ ୧୮୭, ୨୦୨୧ ଜାନୁଆରୀରେ ୨୦୦ ଏବଂ ଫେବୃଆରୀ ମାସରେ ୧୮୧ଟି ଚୋରି ମାମଲା ରୁଜୁ ହୋଇଥିବା ଜଣାପଡ଼ଛି। ଅପରାଧୀମାନେ ଅପରାଧ ଘଟାଇ ସହଜରେ ଫେରାର ହୋଇଯାଉଥିବାରୁ ଏହା କମିସନରେଟ ପୁଲିସର ଚିନ୍ତା ବଢ଼ାଇ ଦେଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories