www.samajalive.in
Friday, December 12, 2025
15.1 C
Bhubaneswar

ରାଜନୀତିକୁ ଅଧିକ ମହିଳା ଆସନ୍ତୁ : କିରଣ ବେଦୀ

ଭୁବନେଶ୍ବର : ରାଜନୈତିକ ବ୍ୟବସ୍ଥାକୁ ଅଧିକରୁ ଅଧିକ ମହିଳା ଆସିବା ଦରକାର ବୋଲି କହିଛନ୍ତି ପୁଡୁଚେରୀର ପୂର୍ବତନ ରାଜ୍ୟପାଳ କିରଣ ବେଦୀ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନନ୍ଦିଘୋଷ ଟିଭି ଏବଂ ‘ସକାଳ’ ପକ୍ଷରୁ କାର୍ଯ୍ୟକ୍ରମ ‘ଦୁହିତା’ରେ ଭର୍ଚ୍ଚୁଆଲ୍ ଭାବେ ଯୋଗଦେଇ କିରଣ ବେଦୀ କହିଥିଲେ େଯ ମହିଳାମାନେ ଆତ୍ମବିଶ୍ୱାସୀ ହୋଇ ନିଜର ଅନ୍ତରାତ୍ମାର ସ୍ୱରକୁ ଶୁଣି ଆଗକୁ ବଢ଼ିବାର ସମୟ ଆସିଛି। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରଥମ ଅଧିବେଶନରେ ମହିଳା ସଂରକ୍ଷଣ କେତେ ଜରୁରୀ ସେ ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ଦ୍ୱିତୀୟ ଅଧିବେଶନରେ ଉପସ୍ଥିତ ଅତିଥିମାନେ ‘ମହିଳା କାହିଁକି ସହଜ ଟାର୍ଗେଟ୍’ ଶୀର୍ଷକ ଉପରେ ମାନସ ମନ୍ଥନ କରିଥିଲେ। ଏହି ଅବସରରେ ମହିଳା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଦ୍ବିତୀୟ ଅଧିବେଶନରେ ‘ମହିଳାମାନେ କାହିଁକି ସଫ୍ଟ୍ ଟାର୍ଗେଟ’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଡିପିଏସ୍ କଳିଙ୍ଗର ପ୍ରୋ ଭାଇସ୍ ଚେୟାରମ୍ୟାନ୍ ମାଲା ମିଶ୍ର, ଆର୍ଏମ୍ଆରସି ନିର୍ଦେଶକ ଡା. ସଂଘମିତ୍ରା ପତି, କଣ୍ଠଶିଳ୍ପୀ ତୃପ୍ତି ଦାଶ, କଲ୍ୟାଣୀ ସ୍ବୟଂସହାୟକ ଗୋଷ୍ଠୀ ସଭାପତି ଜୟନ୍ତୀ ଏକ୍କା ପ୍ରମୁଖ ଯୋଗେ ଦେଇଥିଲେ। ଆଲୋଚନାଚକ୍ରରେ ଭାଗ ନେଇଥିବା ଅତିଥିଙ୍କୁ ଭିନ୍ନକ୍ଷମ ଓ ସଶକ୍ତୀକରଣ ବିଭାଗ କମିସନର ସୁଲୋଚନା ଦାସ ସମ୍ବର୍ଦ୍ଧିତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories