ସେଲ୍‍ଫି ନେଲା ଡଲଫିନ୍‍ ଜୀବନ

0

ପୁରୀ : ସେଲ୍‍ଫି ନେବାର ସଉକ ଗୋଟିଏ ଏରୱାଡି ଡଲ୍‍ଫିନ ଜୀବନ ନେଇଛି। ମଙ୍ଗଳବାର ଏପରି ଅଭାବନୀୟ ଘଟଣା ଘଟିଛି ବେଲେଶ୍ୱର ବେଳାଭୂମିରେ। ମିଳିଥିବା ସୂଚନା ଅନୁଯାୟୀ କେତେକ ଯୁବକ ଦିନ ପ୍ରାୟ ୧୧ଟା ବେଳେ ସମୁଦ୍ର ଗାଧୁଆର ମଜା ନେଉଥିଲେ। ପ୍ରାୟ ୫ଫୁଟ ଲମ୍ବର ଗୋଟିଏ ଡଲ୍‍ଫିନ ହଠାତ ସମୁଦ୍ରରୁ ବେଳାଭୂମି ଉପରକୁ ଉଠି ଯାଇଥିଲା। ତାହାକୁ ଧରି ଯୁବକମାନେ ପ୍ରାୟ ଦେଢଘଣ୍ଟା ପର୍ଯ୍ୟନ୍ତ ମୋବାଇଲରେ ସେଲ୍‍ଫି ଉଠାଇଥିଲେ। ପାଣିବିନା ଡଲ୍‍ଫିନ ଛଟପଟ ହୋଇଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଡଲ୍‍ଫିନକୁ ଉଦ୍ଧାର କରି ସମୁଦ୍ରରେ ଛାଡିଥିଲେ। ଅପରାହ୍ଣ ପ୍ରାୟ ୩ଟା ୩୦ରେ ଅସୁସ୍ଥ ଏରାୱାଡି ଡଲ୍‍ଫିନ ପୁଣିଥରେ କୂଳକୁ ଚାଲି ଆସିଥିଲା। ବନ କର୍ମଚାରୀ ଚିକିତ୍ସା ପାଇଁ ତାକୁ ନେଇଥିଲେ। ଅପରାହ୍ଣ ପ୍ରାୟ ୫ଟାରେ ଡଲ୍‍ଫିନର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave A Reply