ଉଡନ୍ତା ବିମାନରେ ସେଲଫି ନେବାରୁ ୪ ପାଇଲଟ୍‌ଙ୍କୁ କାମରୁ  ବାରଣ କଲା ଜେଟ୍‌ ଏୟାରଓ୍ୱେଜ

0

ନୂଆଦିଲ୍ଲୀ: ସେଲଫି ଯୋଗୁଁ ୪ ଜଣ ପାଇଲଟ୍‌ଙ୍କୁ ଜେଟ୍‌ ଏୟାର ଓ୍ୱେଜ କାମରୁ  ବାରଣ କରିଛି ।  ଏପ୍ରିଲ ୧୯ ତାରିଖରେ ଏକ ତାଲିମ ଦିଆଯାଉଥିବ ବିମାନରେ ଜଣେ ବରିଷ୍ଠ  ପାଇଲଟଙ୍କ ସହ ୩ ଜଣ  ତାଲିମ ନେଉଥିବା ପାଇଲଟ  ସେଲଫି  ଉଠାଇଥିଲେ । ଏହାକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଘଟଣା ଜଣା ପଡିବା ପରେ ଜେଟ୍‌ ଏୟାରଓ୍ୱେଜ ୪ ଜଣ ପାଇଲଟଙ୍କୁ  କୌଣସି ବିମାନ ଉଡାଇବ ପାଇଁ ବାରଣ କରିଛି  । ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ।

ଏହି ତାଲିମ ଦିଆଯିବା ବିମାନରେ କେହି ଯାତ୍ରୀ ନଥିଲେ । ଲେହରୁ ବିମାନକୁ ଦିଲ୍ଲୀ ଅଣାଯାଉଥିଲା । ମାତ୍ର ସୁରକ୍ଷା ଦୃଷ୍ଟିରୁ କାମରୁ  ବାରଣ କରାଯାଇଥିବା ଜେଟ୍‌ ଏୟାରଓ୍ୱେଜ କହିଛି ।

Leave A Reply