ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ନେତା କିମ୍ ଜଙ୍ଗ୍ ଉନ୍ଙ୍କ ମଧ୍ୟରେ ଦ୍ବିତୀୟ ସମ୍ମିଳନୀ ଭିଏତନାମରେ ହେବ ବୋଲି ଜଣାପଡ଼ିଛି। ଚଳିତ ମାସ ଶେଷ ସୁଦ୍ଧା ଭିଏତନାମର ଉପକୂଳ ନଗରୀ ଡା ନାଙ୍ଗ୍ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ହେବ ବୋଲି ହ୍ବାଇଟ ହାଉସ୍ ସୂତ୍ରରୁ ସୂଚନା ମିଳିଛି। ଦୁଇ ନେତାଙ୍କ ମଧ୍ୟରେ ଐତିହାସିକ ସାକ୍ଷାତ ଆଲୋଚନା ଗତ ବର୍ଷ ଜୁନ୍ରେ ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଥିଲା।
Popular Categories



