www.samajalive.in
Monday, December 15, 2025
15.1 C
Bhubaneswar

ଇ-ମେଧାବୃତ୍ତି, ଭାଷାବୃତ୍ତି ଆବେଦନ ସମୟ ବଢ଼ିଲା

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ମେଧାବୃତ୍ତି ଓ ବ୍ୟାସକବି ଫକିର ମୋହନ ଭାଷାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି) ବିଦ୍ୟାର୍ଥୀଙ୍କ ସମେତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କ ଆବେଦନ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୫ରେ ଶେଷ ହେବ। ଅନ୍‌ଲାଇନ୍‌(ସଞ୍ଚାର ଜରିଆରେ) ଆବେଦନ କରିବେ ଛାତ୍ରଛାତ୍ରୀ।

ବିଦ୍ୟାର୍ଥୀ www.scholarship.odisha.gov.in ଲଗଇନ୍‌ କରି ଆବେଦନ କରିପାରିବେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ମୁଖ୍ୟ ଫେବୃଆରୀ ୨୦ ସୁଦ୍ଧା ବିଦ୍ୟାର୍ଥୀଙ୍କ ଆବେଦନ ପତ୍ର ଯାଞ୍ଚ କରିବା ସହ ତା’କୁ ଭ୍ୟାଲିଡେସନ୍‌(ବୈଧ) କରିବେ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଲେଖାଁଏ ତିନି ବର୍ଷ ବୃତ୍ତି ରାଶି ମିଳିବ। ସେହିପରି ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କୁ ବାର୍ଷିକ ୧୦ ହଜାର ହିସାବରେ ଦୁଇବର୍ଷରେ ୨୦ ହଜାର ଟଙ୍କା ମିଳିବ। ଇଞ୍ଜିନିୟରିଂ ଭଳି ବୈଷୟିକ ଓ ବୃତ୍ତିଗତ ମେଧାବୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ୪ ବର୍ଷରେ ୪୦ ହଜାର ଟଙ୍କା ଦିଆଯିବ। ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଓଡ଼ିଆ ବିଷୟରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ବ୍ୟାସକବି ଫକିର ମୋହନ ଭାଷାବୃତ୍ତି ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ୧୨ ଶହ ଓ ସ୍ନାତକୋତ୍ତରରେ ୩ ଶହ ବିଦ୍ୟାର୍ଥୀଙ୍କୁ ୨୦ ହଜାର ଟଙ୍କାର ବୃତ୍ତି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories