BJD Bijuli 480×75 Mob

ଏସସିବି ନର୍ସିଂ ହଷ୍ଟେଲର ୨୮ ଜଣ ଛାତ୍ରୀ କରୋନା ପଜିଟିଭ୍

BJD Bijuli 480×75 Mob

କଟକ: ଏସସିବି ନର୍ସିଂ ହଷ୍ଟେଲର ୨୮ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର ଦୁଇ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ସଙ୍ଗରୋଧରେ ରହିଛନ୍ତି। ସଂକ୍ରମିତ ଛାତ୍ରୀଙ୍କୁ ହଷ୍ଟେଲରେ ରଖାଯିବ, ଘରକୁ ଛଡ଼ାଯିବ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯିବ, ସେ ନେଇ ଆଜି ନିଷ୍ପତ୍ତି ନିଆଯିବ। ଏ ନେଇ ନର୍ସିଂ କଲେଜ ପ୍ରିନ୍ସିପାଲ୍ ବିଜୟଲକ୍ଷ୍ମୀ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆକ୍ରାନ୍ତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି।

Comments are closed.