କରୋନା ମୁକାବିଲା ପାଇଁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅଧ୍ୟକ୍ଷ ଡା.ଦତେଶ୍ୱର ହୋତା ଏବଂ ସୁପରିଟେଣ୍ଡଂଟ ଡା.ଲୁସି ଦାସ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ କୋଭିଡ୍ ରୋଗୀଙ୍କ ପାଇଁ ୬୦୦ ଶଯ୍ୟା, ୧୪୦ଟି ଆଇସିୟୁ ପ୍ରସ୍ତୁତ ଅଛି। ବର୍ତ୍ତମାନ ୧୦୦ରୁ ୧୧୦ କୋଭିଡ୍ ଆକ୍ରାନ୍ତ ଚକିତ୍ସିତ ହେଉଛନ୍ତି। କରୋନାରେ ଆକ୍ରାନ୍ତ କିଡନୀ ରୋଗୀଙ୍କ ପାଇଁ ଡାଇଲିସିସ୍ ସୁବିଧା ଯୋଗାଇ ଦିଆଯାଉଛି। ସର୍ଜରୀ ୱାର୍ଡରେ ମଧ୍ୟ କୋଭିଡ୍ ରୋଗୀଙ୍କ ସ୍ୱତନ୍ତ୍ର ସର୍ଜରୀ କରାଯାଉଥିବା ଜଣାପଡିଛି।
ସେ କହିଛନ୍ତି, ଚଳିତ କୋଭିଡ୍ ଲହରରେ କିଛି ଡାକ୍ତର ପ୍ରଭାବିତ ହୋଇଥିଲେ। ତେବେ ବର୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଓପିଡିରେ ଦୈନିକ ୧୪୦ରୁ ୧୮୦ ରୋଗୀ ଆସୁଛନ୍ତି। ନିହାତି ଦରକାର ଥିଲେ ହସପିଟାଲ ଆସିବାକୁ ରୋଗୀମାନଙ୍କୁ ଡା. ହୋତା ଅନୁରୋଧ କରିଛନ୍ତି।



