www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ଷ୍ଟାର୍ଟଅପ୍‍ ଇଣ୍ଡିଆର ଷଷ୍ଠ ବାର୍ଷିକୀ, ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପ୍‍ଗୁଡ଼ିକ ସହ ଆଲୋଚନା କରିବେ। କୃଷି, ସ୍ୱାସ୍ଥ୍ୟ, ଉଦ୍ୟୋଗ, ମହାକାଶ, ଇଣ୍ଡଷ୍ଟ୍ରି ୪.୦, ସୁରକ୍ଷା, ଫିନ୍‍ଟେକ୍‍ ଓ ପରିବେଶ ଭଳି କ୍ଷେତ୍ରର ଷ୍ଟାର୍ଟଅପ୍‍ଗୁଡ଼ିକ ଏଥିରେ ଅଂଶଗ୍ରହଣ କରିବେ। ପ୍ରାୟ ୧୫୦ରୁ ଅଧିକ ଷ୍ଟାର୍ଟଅପ୍‍କୁ ୬ଟି କାର୍ଯ୍ୟକାରୀ ଗୋଷ୍ଠୀରେ ଶ୍ରେଣୀଭୁକ୍ତ କରାଯାଇଛି। ସେହି ଗୋଷ୍ଠୀଗୁଡ଼ିକ ମଧ୍ୟରେ Growing from Roots; Nudging the DNA; From Local to Global; Technology of Future; Building Champions in Manufacturing and Sustainable Development ରହିଛି।

ଏହି ବାର୍ତ୍ତାଳାପ ସମୟରେ ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କର ଆଭିମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ।ଦେଶରେ ନବୀକରଣକୁ ଆଗକୁ ନେଇ ଜାତୀୟ ଆବଶ୍ୟକତାର ପୂରଣରେ ଷ୍ଟାର୍ଟଅପ୍‍ଗୁଡ଼ିକର କିଭଳି ଅବଦାନ ରହିବ ତାହା ଜାଣିବା ହେଉଛି ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ। ‘Celebrating Innovation Ecosystem‘ ଶୀର୍ଷକ ଏକ ସାପ୍ତାହିକ କାର୍ଯ୍ୟକ୍ରମ ଚାଲିଛି। ଆଜାଦି କା ଅମ୍ରିତ୍‍ ମହୋତ୍ସବର ଅଂଶ ସ୍ୱରୂପ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ ଦ୍ୱାରା ଏହାର ଆୟୋଜନ କରାଯାଉଛି।

- Advertisement -

ଏହି କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍‍ ଇଣ୍ଡିଆ ଆରମ୍ଭ ହେବାର ଷଷ୍ଠ ବାର୍ଷିକୀ ଉପଲକ୍ଷେ ଆୟୋନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ୨୦୧୬ ମସିହାରେ ଷ୍ଟାର୍ଟଅପ୍‍ ଇଣ୍ଡିଆର ଆରମ୍ଭରୁ ଦେଶର ବିକାଶରେ ଷ୍ଟାର୍ଟଅପ୍‍ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ବନ୍ଧୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱାସର ପ୍ରତିଫଳନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ଷ୍ଟାର୍ଟଅପ୍‍ଗୁଡ଼ିକର ବିକାଶ ଓ ଅଭିବୃଦ୍ଧି ପାଇଁ ସରକାର ଏକ ଅନୁକୂଳ ବାତାବରଣ ଯୋଗାଇଛନ୍ତି। ଏହା ଦେଶରେ ଷ୍ଟାର୍ଟଅପ୍‍ ଅନୁକୂଳ ବାତାବରଣ ସୃଷ୍ଟି ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories