www.samajalive.in
Monday, December 15, 2025
27.1 C
Bhubaneswar

ଶୁକ୍ରବାର ଚିଦାମ୍ବରମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ଠକେଇ ମାମଲାରେ ଗିରଫଦାରୀ ଏଡ଼ାଇବାକୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ  ଦ୍ୱାରା ସୁପ୍ରିମକୋର୍ଟରେ ଦାୟର ଆଗୁଆ ଜାମିନର ଶୁଣାଣି ଆସନ୍ତା ଶୁକ୍ରବାର ହେବ। ଏହି ମାମଲାର କେଉଁ ଖଣ୍ଡପୀଠରେ ଶୁଣାଣି ହେବ ତାହା ଗୁରୁବାର ସନ୍ଧ୍ୟାରେ ସ୍ଥିର କରାଯିବ।

ଗତକାଲିଠାରୁ ଚିଦାମ୍ବରମଙ୍କ ଗିରଫଦାରୀ ନେଇ ସାମାଜିକ ଗଣମାଧ୍ୟମ ତଥା ସମସ୍ତ ପ୍ରକାର ସମ୍ବାଦପତ୍ରର ଶିରୋନାମା ମଣ୍ଡନ କରିଥିବା ଏହି ବିଷୟ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆଜି ସକାଳେ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ମନା କରିଦେଇଛନ୍ତି। ଚିଦାମ୍ବରମଙ୍କ ଓକିଲ ଦିନ ତମାମ ଏହି ମାମଲାର ଶୁଣାଣି ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ ପାଇଁ ଅଗ୍ରାହ୍ୟ କରିବା ପରେ ସିବିଆଇର ଏକ ଟିମ ତାଙ୍କ ବାସଗୃହକୁ ଯାଇଥିଲେ କିନ୍ତୁ ଚିଦାମ୍ବରମ ଘରେ ନ ଥିବାରୁ ତାଙ୍କୁ ସିବିଆଇ ହେପାଜତକୁ ନେଇ ପାରିନଥିଲେ। ସିବିଆଇ ପକ୍ଷରୁ ତାଙ୍କ ବାସଗୃହରେ ଏ ନେଇ ଏକ ନୋଟିସ ଲଗାଇଥିଲେ। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ମଧ୍ୟ ଚିଦାମ୍ବରମଙ୍କ ବାସଗୃହକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା।

- Advertisement -

ବୁଧବାର ସୁପ୍ରିମକୋର୍ଟ କାର୍ଯ୍ୟକ୍ରମ ଶେଷ ହେବା ଯାଏଁ ଚିଦାମ୍ବରମଙ୍କ ଓକିଲ ଦାୟର କରିଥିବା ମାମଲା ନଥିଭୁକ୍ତ ହୋଇ ପାରିନଥିଲା। ଅନ୍ୟପକ୍ଷରେ ଚିଦାମ୍ବରମଙ୍କ ମାମଲାର ସ୍ୱତନ୍ତ୍ର ଶୁଣାଣି ପାଇଁ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଇବାକୁ ତାଙ୍କ ଓକିଲ ମଧ୍ୟ ଅଯୋଧ୍ୟା ମାମଲାର ଶୁଣାଣି ଚାଲିଥିବା କୋର୍ଟରେ ଉପସ୍ଥିତ ରହିଥିଲେ।

ଏହି ପ୍ରସଙ୍ଗରେ ପ୍ରଥମେ ଜଷ୍ଟିସ ଏନ.ଭି.ରମନ୍ନା, ଏମ. ଶାନ୍ତାଗୌଡାର ଏବଂ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା ସୂଚୀଭୁକ୍ତ ହୋଇନଥିବାରୁ ତାହା ବିଷୟରେ ଶୁଣାଣି ହୋଇପାରିବ ନାହିଁ ବୋଲି କହିଥିଲେ। ଚିଦାମ୍ବରମଙ୍କ ଓକିଲ କପିଲ ଶିଵଲ ବିଚାରପତିଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ବିଚାରପତି ଏହାକୁ ଅଗ୍ରାହ୍ୟ କରି କହିଥିଲେ,’ମିଷ୍ଟର ଶିଵଲ, ଆମେ ଦୁଃଖିତ – ଏହି ମାମଲାର ଆମେ ଶୁଣାଣି କରିପାରିବୁ ନାହିଁ ‘। ସରକାରୀ ଓକିଲ ଏହାକୁ ବିରୋଧ କରି କହିଥିଲେ ଯେ ପ୍ରତିପକ୍ଷ ଓକିଲ ଶିଵଲଙ୍କ ପାଖରେ ଏ ସମ୍ପର୍କିତ ଦଲିଲ ନାହିଁ ।

ଗୋଟିଏ ପଟେ ବୁଧବାର ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଅଶ୍ଵସ୍ତି ମିଳି ନ ଥିବାବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ଚିଦାମ୍ବରମଙ୍କ ପତ୍ତା ମିଳୁ ନ ଥିବାରୁ ଇଡି ପକ୍ଷରୁ ତାଙ୍କ ବିରୋଧରେ ଏହି ଲୁକ୍‌ ଆଉଟ୍‌ ନୋଟିସ ଜାରି କରାଯାଇଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories