www.samajalive.in
Monday, December 15, 2025
27.1 C
Bhubaneswar

ମହାରାଷ୍ଟ୍ର ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲା ବଲିଉଡ଼୍‍

ମୁମ୍ବଇ : ମହାରାଷ୍ଟ୍ରର ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ବଲିଉଡ଼୍‍। ଅଭିନେତା ଅମୀର ଖାନ୍‍, ଗାୟିକା ଲତା ମଙ୍ଗେସକର ଏବଂ ଅଭିନେତା ଅମିତାଭ ବଚ୍ଚନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠି ଜରିଆରେ ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ରାଶି ଯୋଗାଇ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି।
ଦେଶର ଅନେକ ରାଜ୍ୟ ବର୍ତ୍ତମାନ ବନ୍ୟା ଦ୍ୱାରା ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ରର କିଛି ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ଏମାନଙ୍କ ସହାୟତା ନିମନ୍ତେ ଅନେକ ଲୋକ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ନିଜ ସାମର୍ଥ୍ୟ ମୁତାବକ ଅର୍ଥ ଦାନ କରୁଛନ୍ତି। ଫଡ଼ନବୀସଙ୍କ କହିବାନୁସାରେ, ନିକଟରେ ଅମିର ଖାନ୍‍ ୨୫ ଲକ୍ଷ ଓ ଲତା ମଙ୍ଗେସକର ୧୧ ଲକ୍ଷ ଟଙ୍କା ରିଲିଫ୍‍ ପାଣ୍ଠିକୁ ଦାନ କରିଛନ୍ତି। ପୂର୍ବରୁ ଅମିତାଭ ବଚ୍ଚନ ୫୧ ଲକ୍ଷ ଟଙ୍କା ଦାନ କରିଥିଲେ। ଏହାସହିତ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‍ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଫଡ଼ନବୀସ ଟ୍ୱିଟ୍‍ କରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories