ସମ୍ପର୍କରେ କଳଙ୍କ, ଭିନ୍ନକ୍ଷମ ନାତୁଣୀକୁ ଦୁର୍ଷ୍କମ କରି ଅଜା ଫେରାର
ନୟାଗଡ଼ : ଜଣେ ଭିନ୍ନକ୍ଷମ ନାବାଳିକା ତାର ଜଣେ ସମ୍ପର୍କୀୟ କାମାନ୍ଧ ଅଜାଙ୍କ ଦ୍ୱାରା ବଳତ୍କାରର ଶିକାର ହେବା ଘଟଣା ସମଗ୍ର ନୟାଗଡ଼ ଜିଲ୍ଲାରେ ଘୋର ଆଲୋଡ଼ନ ସୃଷ୍ଟି କରିଛି। ଏହି କୁଶ୍ଚିତ,ଲଜ୍ଜାଜନକ ଘଟଣା ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଘଟିଛି। ଇଟାମାଟି ଥାନା ଓଡ଼ଗାଁ ଅଞ୍ଚଳର ଏକ ଭିନ୍ନକ୍ଷମ ନାବାଳିକା ତାର ମାମୁଁ ଘରକୁ ଆସିଥିଲା ବେଳେ ତାର ଜଣେ ସମ୍ପର୍କୀୟ ଅଜା ତାକୁ ଏଭଳି ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବୁଧବାର ଇଟାମାଟି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାର ଡ଼ାକ୍ତରୀ ମାଇନା କରିବା ପରେ ଏକ ଧର୍ଷଣ ମାମଲା ଥାନାରେ ରୁଜୁ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ରବୀନ୍ଦ୍ର ମହାନ୍ତି ଏହି ନାରକୀୟ କାର୍ୟ୍ୟ କରିବା ପରେ ଗ୍ରାମରୁ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ରବିନ୍ଦ୍ରଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରୁଥିବା ଜଣାପଡିଛି।
Comments are closed.