www.samajalive.in
Monday, December 15, 2025
24.1 C
Bhubaneswar

ଦଳିତଙ୍କୁ ପ୍ରଭୁତ୍ୱ: ଦୁର୍ବଳ ବର୍ଗଙ୍କ ସବଳ ରାଜନୀତି

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍‌ସି/ଏସ୍‌ଟି) ଅତ୍ୟାଚାର ନିରୋଧ ଆଇନ ସଂଶୋଧନ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସୋମବାର ଦଳିତ ସଂଗଠନଗୁଡ଼ିକ ଦେଶ ବ୍ୟାପୀ ବନ୍ଦ ପାଳନ କରିଥିଲେ । ବନ୍ଦ ପାଳନ ଆଳରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଭିଆଯାଇଥିଲା । ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରାଯାଇଥିଲା । ବସ୍‌ ଓ ରେଳ ସେବା ଠପ୍‌ ହୋଇଯାଇଥିଲା । ହିଂସାକାଣ୍ଡରେ ୯ ଲୋକ ପ୍ରାଣ ହରାଇଥିଲେ ।

ବିଶେଷ କରି ୧୫ ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସେଥିମଧ୍ୟରୁ ୧୦ଟି ହିନ୍ଦୀ ଭାଷି ରାଜ୍ୟରେ ବନ୍ଦର ବ୍ୟାପକ ପ୍ରଭାବ ଅନୁଭୂତ ହୋଇଥିଲା । ଏହି ୧୦ ରାଜ୍ୟର ଅନୁଧ୍ୟାନରୁ ଜାଣିବାକୁ ମିଳିଛି ଯେ ଏଠାରେ ସର୍ବାଧିକ ଲୋକସଭା ଆସନରେ ଦଳିତ ଭୋଟର ନିର୍ଣ୍ଣାୟକ ଭୂମିକା ନିର୍ବାହ କରନ୍ତି । ୨୦୧୧ ଜନଗଣନା ଅନୁସାରେ ଦେଶରେ ଦଳିତଙ୍କ ଜନସଂଖ୍ୟା ୨୪% ରହିଛି । ଅର୍ଥାତ ୨୫ କୋଟି ଲୋକ ଦଳିତ ବର୍ଗର । ୧୨୪୧ ସମୂହଙ୍କୁ ଦଳିତ ବର୍ଗର ମାନ୍ୟତା ଦିଆଯାଇଛି । ଦେଶର ୫୪୩ ଲୋକସଭା ଆସନ ମଧ୍ୟରୁ ୮୦ ଆସନ ଦଳିତଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବାଦ ୧୫୦ରୁ ଅଧିକ ଆସନରେ ଦଳିତ ଭୋଟଙ୍କ ପ୍ରଭୁତ୍ୱ ରହିଛି । ଦେଶର ୧୩୧ ସାଂସଦ ଦଳିତ ବର୍ଗର ।

- Advertisement -

ଦେଶର ସର୍ବାଧିକ ଦଳିତ ବର୍ଗର ଲୋକ ପଞ୍ଜାବରେ ଅଛନ୍ତି । ପଞ୍ଜାବ ଜନସଂଖ୍ୟାର ୩୧.୯% ଲୋକ ଦଳିତବର୍ଗର । ପଞ୍ଜାବର ୩୪ ଲୋକସଭା ଆସନ ଦଳିତଙ୍କ ପାଇଁ ସଂରକ୍ଷିତ ଅଛି । ଉତ୍ତର ପ୍ରଦେଶର ୨୦.୧୭% ଲୋକ ଦଳିତ ବର୍ଗର ହୋଇଥିବାବେଳେ ୧୪ଟି ଆସନ ଦଳିତଙ୍କ ପାଇଁ ସଂରକ୍ଷିତ ଅଛି । ସେହିପରି ହିମାଚଳ ପ୍ରଦେଶର ୨୫.୨% ଲୋକ ଓ ହରିୟାଣାର ୨୦.୨% ଲୋକ ଦଳିତ ବର୍ଗର । ପଶ୍ଚମବଙ୍ଗ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ୬ରୁ ୧୦% ପର୍ଯ୍ୟନ୍ତ ଲୋକ ଦଳିତ ବର୍ଗର ।

ଏନ୍‌ସିଆରବି ତଥ୍ୟ ଅନୁସାରେ ୨୦୧୪ରୁ ୨୦୧୬ ମଧ୍ୟରେ ଦଳିତଙ୍କ ଉପରେ ୧% ଅତ୍ୟାଚାର ବଢିଛି । ଦଳିତଙ୍କ ବିରୋଧରେ ମଧ୍ୟପ୍ରଦେଶର ୪୯%, ଉତ୍ତର ପ୍ରଦେଶରେ ୨୦%, ଗୁଜରାଟରେ ୨୧%, କେରଳରେ ୧୪% ଅପରାଧ ବଢିଛି । ସେପଟେ ଦଳିତଙ୍କ ବିରୋଧରେ ଝାରଖଣ୍ଡରେ ୪୨%, ଛତିଶଗଡ଼ରେ ୩୨%, ବିହାରରେ ୨୮% ରାଜସ୍ଥାନରେ ୨୫% ଏବଂ ତାମିଲନାଡୁରେ ୧୫% ଅପରାଧ କମିଛି । ୨୦୧୬ରେ ଏସ୍‌ସି/ଏସ୍‌ଟି ଆଇନରେ ୪୦,୭୭୪ ମାମଲା ଦାଏର ହୋଇଛି । ଏଥିରୁ ୭୮.୩% ମାମଲାରେ ଅଭିଯୋଗଫର୍ଦ ଦାଖଲ ହୋଇଥିବାବେଳେ ମାତ୍ର ୨୫.୮% ମାମଲାର ଅଭିଯୁକ୍ତ ଦୋଷୀ ଘୋଷିତ ହୋଇଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories