ସର୍ବନିମ୍ନ ମଜୁରୀ ମାମଲା: ସୁପ୍ରିମକୋର୍ଟରେ ସ୍ୱାମୀ ଅଗ୍ନିବେଶଙ୍କ ଆବେଦନ ରଦ୍ଦ

0

ନୂଆଦିଲ୍ଲୀ : ଅସଂଗଠିତ କ୍ଷେତ୍ରଗୁଡିକରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବା ଦାବିରେ ସମାଜସେବୀ ସ୍ୱାମୀ ଅଗ୍ନିବେଶ କରିଥିବା ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଶୁକ୍ରବାର ରଦ୍ଦ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ବିଚାରପତି ଏସ୍‍. କେ କାଉଲଙ୍କୁ ନେଇ ଗଠିତ ପୀଠ ଏହି ମାମଲା ବିଚାର ପାଇଁ ଗ୍ରହଣ କରିବାକୁ ମନା କରିବା ସହିତ ଏ ସମ୍ବନ୍ଧରେ ବିଶେଷ ସୁବିଧା ଓ ସହାୟତା ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶର ପ୍ରାୟ ୫୦ କୋଟି ଶ୍ରମିକ ଅସଂଗଠିତ କ୍ଷେତ୍ରଗୁଡିକରେ କାର୍ଯ୍ୟ କରୁଥିବାବେଳେ ସମ୍ବିଧାନର ଧାରା ୧୪ (ଆଇନଗତ ସମାନତା), ୨୧ (ବଞ୍ଚିବା ତଥା ବ୍ୟକ୍ତିଗତ ଅଧିକାରର ସୁରକ୍ଷା) ଧାରା ୩୯ (ରାଜ୍ୟ ସରକାରଙ୍କ ଦ୍ୱାରା ମୌଳିକ ନୀତି ଆପଣାଇବା)ର ଉଲ୍ଲଙ୍ଘନ ହୋଇଥିବା ସ୍ୱାମୀ ତାଙ୍କ ଆବେଦନରେ ଦର୍ଶାଇଥିଲେ।

Leave A Reply