www.samajalive.in
Sunday, December 14, 2025
19.1 C
Bhubaneswar

ଭିଜିଲାନ୍ସ କମିସନର ଭାବେ ସରଦ କୁମାରଙ୍କ ନିଯୁକ୍ତି ବିରୋଧୀ ଆବେଦନ ଖାରଜ

ନୂଆଦିଲ୍ଲୀ : ଭିଜିଲାନ୍ସ କମିସନର ଭାବେ ୧୯୭୯ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ସରଦ କୁମାରଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଆବେଦନକାରୀ ତଥା ପୂର୍ବତନ ନୌସେନା ଅଧିକାରୀ ଏଲ୍‍. ରାମଦାସ ତଥା ଅନ୍ୟମାନେ କୁମାରଙ୍କ ନିଯୁକ୍ତି ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇନାହାନ୍ତି। ଏହି ନିଯୁକ୍ତି ଦ୍ୱାରା ପ୍ରଭାବିତ ପ୍ରାର୍ଥୀଙ୍କ ପକ୍ଷରୁ ସେମାନେ ଆବେଦନ କରିପାରିବେ ନାହିଁ ବୋଲି ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ରାୟ ଦେଇଛନ୍ତି। ୨୦୧୮ ଜାନୁଆରୀ ୧ ସୁଦ୍ଧା ୬୨ ବର୍ଷରୁ କମ୍‍ ବୟସ୍କ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତ ପ୍ରକାଶ ପାଇଥିଲା। କୁମାରଙ୍କ ବୟସ ୬୨ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ବିଜ୍ଞାପନର ସର୍ତ୍ତାବଳୀ ସକାଶେ ବହୁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରି ନ ଥିବା ରାମଦାସ ଆବେଦନରେ ଦର୍ଶାଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories