www.samajalive.in
Friday, December 5, 2025
20.1 C
Bhubaneswar

ଆଡାମ ଗିଲଖ୍ରୀଷ୍ଟ : ଭାରତକୁ ବତାଇଲେ ବିଦେଶ ମାଟିରେ ଜିତିବାର ଉପାୟ

ବେଙ୍ଗାଲୁରୁ : ଅଷ୍ଟ୍ରେଲିଆର ମହାନ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ କହିଛନ୍ତି ଭାରତୀୟ କ୍ରିକେଟ ଦଳ ପାଖରେ ବହୁତ ଭଲ ବ୍ୟାଟ୍ସମ୍ୟାନ ଏବଂ ବୋଲର ଅଛନ୍ତି। ଯାହକୁନେଇ ଦଳ ବିଦେଶରେ ଭଲ ପ୍ରଦର୍ଶନ କରିପାରିବ। ମାତ୍ର ତାଙ୍କୁ ବିଦେଶରେ ଟେଷ୍ଟ ସିରିଜ ଜିତିବା ପାଇଁ ଶାରୀରିକ ସହିତ ମାନସିକ ରୂପେ ପ୍ରସ୍ତୁତ ହେବାକୁ ପଡିବ। ବିଦେଶରେ ଖେଳିବା ଭାରତ ପାଇଁ ଏତେଟା ସହଜ କଥା ନୁହେଁ। ମୋ ମତରେ ଭାରତ ପାଖରେ ମଜଭୁତ ବୋଲିଂ ଆକ୍ରମଣ ଏବଂ କିଛି ଭଲ ବ୍ୟାଟ୍ସମ୍ୟାନ୍‍ ମଧ୍ୟ ଅଛନ୍ତି। ଯେଉଁଥିରେ ବିଶ୍ୱର ସ୍ରବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସାମିଲ ଅଛନ୍ତି। ଯେଉଁମାନଙ୍କ ପାଖରେ ବିଦେଶରେ ଜିତିବାର କ୍ଷମତା ରହିଛି। ତେଣୁ ଭାରତକୁ କେବଳ ଶାରୀରିକ ନୁହେଁ ମାନସିକ ରୂପରେ ପ୍ରସ୍ତୁତି କରିବାକୁ ପଡିବ। ଇଂଲଣ୍ଡ ବିପକ୍ଷରେ ଭାରତ ଖେଳୁଥିବା ଟେଷ୍ଟ ସିରିଜ ବାବଦରେ ଗିଲଖ୍ରୀଷ୍ଟ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଥିଲେ। ସେ ଭାରତୀୟ କ୍ରିକେଟ ଦଳର ଅଧୀନାୟକ ବିରାଟ କୋହଲିଙ୍କର ପ୍ରଶଂସା କରି କହିଥିଲେ – ଭାତୀୟ ଦଳ ବିରାଟ କୋହଲିଙ୍କ ଅଧୀନାୟକତ୍ୱରେ ଖେଳୁଥିବାରୁ ବିଜୟଲାଭ କରିବା ଦଳ ପାଇଁ ସହଜ ହେବା ଉଚିତ। ସେ ବିରାଟଙ୍କୁ ଜଣେ ସକରାତ୍ମକ ଖେଳାଳୀ ବୋଲି ମଧ୍ୟ କହିଥିଲେ।
ଇଂଲଣ୍ଡ ବିପକ୍ଷରେ ଭାରତ ଏକଦିବସୀୟ ମ୍ୟାଚ ହାରିବା ପରେ ଟେଷ୍ଟ ସିରିଜରେ ମଧ୍ୟ ପରାଜୟ ବରଣ କରିଛି। ଦଳ ଏବେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ବିଜୟ ପାଇଁ ପ୍ରୟାସ କରୁଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories