ନୂଆଦିଲ୍ଲୀ : ପବିତ୍ର କୈଳାସ ମାନସରୋବର ଯାତ୍ରା କାଣ୍ଟଛାଣ୍ଟ କରି ଶୀଘ୍ର ଫେରି ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରୁ ଆଣିଥିବା ଜଳକୁ ସୋମବାର ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଅର୍ପଣ କରିଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ଆହୁତ ଭାରତ ବନ୍ଦରେ ଯୋଗ ଦେବା ପୂର୍ବରୁ ସେ ରାଜଘାଟ ଗସ୍ତ କରିଥିଲେ। କୈଳାଶ ମାନସରୋବରରୁ ଫେରିବା ପରେ ତାଙ୍କୁ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ଜଳ ଅର୍ପଣ କରିବା ପରେ ସେ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ଏବଂ ଅନ୍ୟ ବିରୋଧୀ ଦଳଗୁଡିକର ନେତାଙ୍କ ଗହଣରେ ରାମଲୀଳା ମୈଦାନକୁ ଯାଇ ବନ୍ଦ ପାଳନରେ ଯୋଗଦେଇଥିଲେ। ଅଗଷ୍ଟ ୩୧ରେ ରାହୁଲ ମାନସରୋବର ଯାତ୍ରାରେ ବାହାରିବା ପରେ ଏହି ଯାତ୍ରାର ସତ୍ୟାସତ୍ୟ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା। ଏପରିକି ଯାତ୍ରାପଥରେ ରାହୁଲ ଉଠାଇଥିବା କେତେକ ସେଲ୍ଫି କଂଗ୍ରେସ ପକ୍ଷରୁ ସାର୍ବଜନୀନ ହେବା ପରେ ସେଗୁଡିକ ମିଥ୍ୟା ବୋଲି ବିଜେପି ଦର୍ଶାଇଥିଲା।
Popular Categories



