www.samajalive.in
Monday, December 15, 2025
27.1 C
Bhubaneswar

ନିର୍ବାଚନରେ ମାଗଣା ସଂସ୍କୃତି : ବିଶେଷଜ୍ଞ କମିଟି ଗଠନ ଲାଗି ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜନୈତିକ ଦଳଗୁଡିକ ପକ୍ଷରୁ ଘୋଷଣା କରାଯାଉଥିବା ବିଭିନ୍ନ ପ୍ରକାର ମାଗଣା ବ୍ୟବସ୍ଥାକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ମାଗଣା ସଂସ୍କୃତିକୁ କିପରି ବନ୍ଦ କରାଯିବ ସେ ସମ୍ପର୍କରେ ଆବଶ୍ୟକ ବିଚାରବିମର୍ଶ କରିବା ଲାଗି ଏକ ବିଶେଷଜ୍ଞ କମିଟି ଗଠନ ନିମନ୍ତେ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏନଭି ରମଣାଙ୍କ ନେତୃତ୍ବ ସୁପ୍ରିମକୋର୍ଟ ପୀଠ ବୁଧବାର ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ, ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ପ୍ରମୁଖଙ୍କୁ ଦାୟିତ୍ବ ଦେଇଛନ୍ତି। ବିଶେଷଜ୍ଞ କମିଟି ଗଠନ ସମ୍ପର୍କରେ ୭ଦିନ ମଧ୍ୟରେ ପ୍ରସ୍ତାବ ଦେବାକୁ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି। ବିଶେଷଜ୍ଞ କମିଟିରେ ନିତି ଆୟୋଗ, ଅର୍ଥ ଆୟୋଗ, ରିଜର୍ଭ ବ୍ୟାଙ୍କ, ଶାସକ ଦଳ, ବିରୋଧୀ ଦଳ ଓ ଅନ୍ୟ ଅଂଶୀଦାରଙ୍କୁ ସାମିଲ କରିବାକୁ କୁହାଯାଇଛି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ନିର୍ବାଚନରେ ମାଗଣା ସଂସ୍କୃତି ଦେଶକୁ ଆର୍ଥିକ ଦୁର୍ଗତି ଆଡକୁ ଟାଣିନେଉଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ନିଷ୍କ୍ରିୟତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ନିର୍ବାଚନ ଆୟୋଗ କହିଛନ୍ତି ଯେ ମାଗଣା ସଂସ୍କୃତି ସମ୍ପର୍କରେ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟ ଏହାକୁ ନିଷ୍କ୍ରିୟ ରହିବାକୁ ବାଧ୍ୟ କରିଛି। କପିଲ ସିବଲ କହିଛନ୍ତି ଯେ ଏ ପ୍ରସଙ୍ଗରେ ସଂସଦରେ ଆଲୋଚନା କରାଯାଇ ଆଇନ ପ୍ରସ୍ତୁତ କରାଯିବା ଦରକାର। ପ୍ରଧାନ ବିଚାରପତି କହିଥିଲେ ଯେ କୌଣସି ରାଜନୈତିକ ଦଳ ମାଗଣା ସଂସ୍କୃତିକୁ ବିରୋଧ କରିବେ ନାହିଁ। ସଂସଦ ଏହି ପ୍ରସଙ୍ଗରେ ଆଦୌ ଚର୍ଚ୍ଚା କରିବ ନାହିଁ। କାରଣ ସବୁ ରାଜନୈତିକ ଦଳ ଚାହାନ୍ତି ମାଗଣା ସଂସ୍କୃତି ବଞ୍ଚି ରହୁ ଓ ସେମାନେ କ୍ଷମତା ଉପଭୋଗ କରନ୍ତୁ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories