www.samajalive.in
Sunday, December 14, 2025
26.1 C
Bhubaneswar

୧୮ ଜିଲାକୁ ବଜ୍ରପାତ ସତର୍କତା : ୫ରୁ ବଢ଼ିବ ବର୍ଷା

ଭୁବନେଶ୍ବର : ମୌସୁମୀଜନିତ ନିମ୍ନଚାପ ରେଖା ଓଡ଼ିଶାର ବାଲେଶ୍ୱରରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଅନ୍ୟପଟେ ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପରେଖା ହିମାଳୟ ପାଦ ଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି। ଫଳରେ ୫ରୁ ରାଜ୍ୟରେ ବର୍ଷା ପରିମାଣ ବଢିବା ସହ ୧୦ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ୬ରୁ ବର୍ଷାର ପରିମାଣ ବଢିବ। ଏହି ଦିନ ୫ ଜିଲାରେ ଅତି ପ୍ରବଳ ଏବଂ ୧୪ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଚେତାବନୀ ଜାରି କରିଛି।
ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଣ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଉପରୋକ୍ତ ଜିଲା ଗୁଡିକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ନବରଙ୍ଗପୁର, ଯାଜପୁର, ରାୟଗଡା, ମାଲକାନଗିରି, ଟିଟିଲାଗଡ, ତାଳଚେର, ଝାରସୁଗୁଡା, ଅନୁଗୋଳ, ପୁରୀ, ପାରାଦ୍ବୀପ ଏବଂ କଟକର କେତେକ ଅଞ୍ଚଳରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କାମାକ୍ଷାଂନଗରରେ ସର୍ବାଧିକ ୧୧୫.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅଲତୁମା ୯୯.୮ ମିମି, ହିନ୍ଦୋଳ ୮୦.୩ ମିମି, ତିହିଡି ୬୬ମିମି ବର୍ଷା ହୋଇଛି।
ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ଫଳରେ ଦୁର୍ବଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୨୬ରୁ ବର୍ଷାର ପରିମାଣ କ୍ରମାଗତ ଭାବେ କମ ରେକର୍ଡ କରାଯାଇଥିଲା। ଜୁନ ୧ରୁ ଜୁଲାଇ ୨୫ ମଧ୍ୟରେ ରାଜ୍ୟରେ ୪୮୮.୫ ମିମି ବର୍ଷା ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ବର୍ଷା ୪୭୬.୮ ମିମି ତୁଳନାରେ ୨ପ୍ରତିଶତ ଅଧିକ ରେକର୍ଡ ହୋଇଥିଲା। ୨୬ରୁ ବର୍ଷା ନିଅଣ୍ଟିଆ ସହ ପାଖାପାଖି ପରବର୍ତ୍ତୀ ୯ ଦିନରେ ରାଜ୍ୟରେ ମୌସୁମୀ ବର୍ଷା ୧୩% ନିଅଣ୍ଟିଆ ରେକର୍ଡ କରାଯାଇଛି। ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ମଧ୍ୟରେ ୨୫.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ଏହି ୭ଦିନରେ ସ୍ୱାଭାବିକ ବର୍ଷା ୮୪.୭ ମିମି ତୁଳନାରେ ୬୯% ନିଅଣ୍ଟିଆ ରହିଛି।
ଏହି ସପ୍ତାହରେ ୬ ଜିଲାରେ ନିଅଣ୍ଟିଆ ୨୦ରୁ ୫୯% ରେକର୍ଡ ହୋଇଥିବା ବେଳେ ୨୩ ଜିଲାରେ ଅତ୍ୟଧିକ ନିଅଣ୍ଟିଆ ୬୦% କିମ୍ବା ଅଧିକ ରହିଛି। କୋରାପୁଟ ୧୭% ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଢେଙ୍କାନାଳ ୨୬%, ଗଜପତି -୪୬%, ମୟୁରଭଞ୍ଜ ୫୪%, ନୂଆପଡା ୫୮%, ନୟାଗଡ ୫୮% ଏବଂ ରାୟଗଡରେ ୫୬% ନିଅଣ୍ଟିଆ ବର୍ଷା ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories