ସର୍ବସାଧାରଣରେ ସାଂସଦଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ବିଚାରପତିଙ୍କୁ ପଦରୁ ବହିଷ୍କାର ପାଇଁ ଅଣାଯାଉଥିବା ମହାଭିଯୋଗ ବାବଦରେ ସର୍ବସାଧାରଣରେ ମନ୍ତବ୍ୟ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଏକେ ସିକ୍ରି ଓ ଅଶୋକ ଭୂଷଣଙ୍କୁ ନେଇ ସୁପ୍ରିମକୋର୍ଟ ପୀଠ କହିଛନ୍ତି ଯେ ମହାଭିଯୋଗ ବାବଦରେ ସାଂସଦ ଓ ଅନ୍ୟମାନେ ସର୍ବସାଧାରଣରେ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାକୁ ନେଇ ସେମାନେ ବିଚଳିତ। ମହାଭିଯୋଗ ସମ୍ପର୍କିତ ଖବର ଉପରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶକୁ ନିଷିଦ୍ଧ କରିବା ଲାଗି ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର କାଳରେ ସୁପ୍ରିମକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ ସହଯୋଗ ଲୋଡିଛନ୍ତି। ମାମଲାର ଶୁଣାଣିକୁ ମେ ୭କୁ ସ୍ଥଗିତ ରଖାଯାଇଥିବାବେଳେ ବର୍ତ୍ତମାନ ସମୟରେ ମହାଭିଯୋଗ ସମ୍ପର୍କିତ ରିପୋର୍ଟିଂ ଉପରେ କୌଣସି କଟକଣା ଲଗାଇବାକୁ ସୁପ୍ରିମକୋର୍ଟ କୌଣସି ନିର୍ଦେଶନାମା ଜାରି କରି ନାହାନ୍ତି।

Leave A Reply