୫ରେ ଶୁଣାଣି କରିବେ ମହିଳା ବିଚାରପତିଙ୍କ ପୀଠ

0

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ସୁପ୍ରିମକୋର୍ଟରେ ଇତିହାସର ପୁନରାବୃତ୍ତି ହେବ। ସେପ୍ଟେମ୍ବର ୫ରେ କେବଳ ମହିଳା ବିଚାରପତିଙ୍କୁ ନେଇ ଗଠିତ ଏକ ପୀଠ ମାମଲାର ଶୁଣାଣି କରିବେ। ଏହି ପୀଠରେ ବିଚାରପତି ଆର. ଭାନୁମତୀ ଏବଂ ବିଚାରପତି ଇନ୍ଦିରା ବାନାର୍ଜୀ ସଦସ୍ୟ ରହିବେ। ଏହା ପୂର୍ବରୁ ୨୦୧୩ରେ ପ୍ରଥମ ଥର ପାଇଁ ମହିଳା ବିଚାରପତିଙ୍କ ପୀଠରେ କୌଣସି ମାମଲାର ଶୁଣାଣି ହୋଇଥିଲା। ବିଚାରପତି ଜ୍ଞାନ ସୁଧା ମିଶ୍ର ଏବଂ ରଞ୍ଜନା ପ୍ରକାଶ ଦେଶାଇ ଏହି ପୀଠର ସଦସ୍ୟ ଥିଲେ। ବିଚାରପତି ବାନାର୍ଜୀ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମଥର ଲାଗି ସର୍ବୋଚ୍ଚ ଅଦାଲତରେ ଏକକାଳୀନ ତିନି ଜଣ ମହିଳା ବିଚାରପତି ନିଯୁକ୍ତ ହୋଇଥିଲେ।

Leave A Reply