ସମ୍ବଲପୁର : ଶ୍ରାଦ୍ଧୋତ୍ସବରେ ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଉତ୍ସବ ଅବସରରେ ରବିବାର ତାଙ୍କର କୀର୍ତ୍ତି ଓ କୃତିକୁ ସ୍ମରଣ କରି ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଏହି କ୍ରମରେ ସମ୍ବଲପୁର ଠାରେ ମଧ୍ୟ ଲୋକସେବକ ମଣ୍ଡଳ ଓ ‘ସମାଜ’ର ମିଳିତ ଆନୁକୂଲ୍ୟରେ ମହାନଦୀ ଅଯୋଧ୍ୟା ସରୋବର ଘାଟରେ ତିଳତର୍ପଣ ଓ ସେନପାର୍କ ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଏନ. ନାଗାରାଜୁ ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପୁଣ୍ୟାତ୍ମାଙ୍କୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

prayash

ଏହି ଅବସରରେ ସମ୍ବଲପୁର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଶତାଧିକ ଜନତା ଅଂଶଗ୍ରହଣ କରି ପୁଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥି ସହ ମୁଦିପଡା ସ୍ଥିତ ରାଧାନାଥ କମ୍ୟୁନିଟି ସେଣ୍ଟର ଓ ‘ସମାଜ’ର ସମ୍ବଲପୁର ସଂସ୍କରଣ କାର୍ଯ୍ୟାଳୟଠାରେ ମଧ୍ୟ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆଜି ଠାରୁ ଆରମ୍ଭ ହୋଇଥିବା ସେବା ଓ ସେବକ ସପ୍ତାହ ଅବସରରେ ସମ୍ବଲପୁର ଠାରେ ୧୯ ତାରିଖ ସୋମବାର କ୍ଷେତରାଜପୁର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସଫେଇ, ୨୨ ତାରିଖରେ ରକ୍ତଦାନ ଶିବିର ଓ ୨୪ ତାରିଖରେ ସର୍ବଧର୍ମ ସଭା ଆୟୋଜିତ ହେବ ।

Comments are closed.