ଖୁବ ଶିଘ୍ର ଆରମ୍ଭ ହେବ ଭିଏସଏସ ଷ୍ଟାଡିୟମର ବିକାଶ କାର୍ଯ୍ୟ
ଖେଳ ସଚିବଙ୍କୁ ଜିଲା କ୍ରିଡା ସଂଘର ସଦସ୍ୟ ଙ୍କ ସାକ୍ଷାତ
ସମ୍ବଲପୁର : ସମ୍ବଲପୁର ତଥା ପଶ୍ଚିମ ଓଡିଶାର କ୍ରୀଡା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ଭୂମିକା ନିର୍ବାହ କରି ଆସୁଥିବା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମର ବିକାଶ ନିମନ୍ତେ ଅନେକ ଦିନରୁ ଦାବି କରାଯାଇ ଆସୁଛି । ଏଣୁ ସମ୍ବଲପୁର ଜିଲା କ୍ରୀଡା ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଖେଳ ଓ ଯୁବ ବ୍ୟାପାର ବିଭାଗର ସଚିବ ଆର. ଭିନିଲ କ୍ରିଷ୍ଣାଙ୍କୁ ଭୁବନେଶ୍ୱର ଠାରେ ସୋମବାର ସାକ୍ଷାତ କରିଛନ୍ତି । ପ୍ରତିନିଧି ମଣ୍ଡଳ ସାକ୍ଷାତକାର ସମୟରେ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଲି ଭିଏସଏସ ଷ୍ଟାଡିୟମ ଠାରେ କରିଥିଲେ । ସେହି ସମୟରେ ଷ୍ଟାଡିୟମର ବିକାଶ ଓ ରକ୍ଷଣାବେକ୍ଷଣ ନିମନ୍ତେ ୩ କୋଟି ଟଙ୍କାର ଉନ୍ନୟନ ପାଣ୍ଠି ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ । ତେବେ ଇତି ମଧ୍ୟରେ ୩ ବର୍ଷ ବିତିଯିବା ପରେ ମଧ୍ୟ ଏହି ପାଣ୍ଠି ଷ୍ଟାଡିୟମର ଉନ୍ନତି ନିମନ୍ତେ ପ୍ରଦାନ କରାଯାଇ ନ ଥିବା ସର୍ମ୍ପକରେ ସଚିବ କ୍ରିଷ୍ଣା ଙ୍କୁ ଅବଗତ କରାଇଥିଲେ। ଏହି ସମୟରେ ସଚିବ କ୍ରିଷ୍ଣା ବିଗତ ଦିନରେ ଷ୍ଟାଡିୟମର ଉନ୍ନତି ନିମନ୍ତେ ଏକ ସର୍ଭେ କରାଯାଇଛି ଏବଂ ଏଥି ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏଣୁ ଖୁବ ଶିଘ୍ର ଷ୍ଟାଡିୟମର ବିକାଶ କାର୍ଯ୍ୟ ଗୁଡିକ ଆରମ୍ଭ ହେବ ବୋଲି ପ୍ରତିନିଧି ମଣ୍ଡଳକୁ ସଚିବ କ୍ରିଷ୍ଣା କହିଛନ୍ତି । ସଚିବ କ୍ରିଷ୍ଣା ଙ୍କୁ ସାକ୍ଷାତକାର କରିଥିବା ପ୍ରତିନିଧି ମଣ୍ଡଳରେ ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ମିଶ୍ର, ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, କ୍ରିକେଟ ସଚିବ ଅବିନାଶ ନନ୍ଦ ଓ କ୍ରିଡା ସଚିବ ବିକାଶ କେଶର ମିଶ୍ର ସାମିଲ ରହିଥିଲେ। ସୂଚନାଯୋଗ୍ୟ ଯେ, କଟକର ବାରବାଟି ଷ୍ଟାଡିୟମ ପରେ ପଶ୍ଚିମ ଓଡିଶାରେ ଭିଏସଏସ ଷ୍ଟାଡିୟମ ହିଁ ହେଉଛି ଏକମାତ୍ର ସ୍ପୋଟ୍ସ କମ୍ପେ୍ଲକ୍ସ। ଏହି ଷ୍ଟାଡିୟମଟି ୧୯୬୨ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗୀତା ଯଥା ଦେଓଧର ଟ୍ରଫି, ରଣଜୀ ଟ୍ରଫି, ସି.କେ. ନାଇଡୁ ଟ୍ରଫି, କୁଚ ବିହାର ଟ୍ରଫି, ବିଜୟ ମର୍ଚାଣ୍ଟ ଟ୍ରଫି, ରାୟ ବାହାଦୁର ଟ୍ରଫି ସମେତ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ମାନ ଆୟୋଜିତ ହୋଇଛି।
Comments are closed.