www.samajalive.in
Sunday, December 7, 2025
26.1 C
Bhubaneswar

ବେଜବରୁଆ ଭବନର ପୁନରୁଦ୍ଧାର : ଆସାମ ସରକାର ୨ୟ କିସ୍ତିରେ ଦେଲେ ୪୭. ୫୦ ଲକ୍ଷ ଟଙ୍କା

ସମ୍ବଲପୁର :  ସମ୍ବଲପୁରରେ ଥିବା  ବେଜବରୁଆ ଭବନର ପୁନରୁଦ୍ଧାର ପାଇଁ ଆସାମ ସରକାର ଦ୍ବିତୀୟ କିସ୍ତିରେ ୪୭ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପ୍ରଥମ ଦଫାରେ ଆସାମ ସରକାର ୫୦ ଲକ୍ଷ ଟଙ୍କା ଏବଂ ଓଡ଼ିଶା ସରକାର ୫୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏହି ଅନୁଦାନ ଅତିରିକ୍ତ ବେଜବରୁଆ ବାସଗୃହ ସମ୍ମୁଖରେ ସାହିତ୍ୟରଥୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ଆସାମ ସରକାର ୫୦ ଲକ୍ଷ ଟଙ୍କା ମଂଜୁର କରିଥିବା ବେଳେ ପ୍ରଥମ କିସ୍ତିରେ ୨୫ ଲକ୍ଷ ଟଙ୍କା ବେଜବରୁଆ ସ୍ମ୍ରୁତି କମିଟି, ଗୌହାଟିକୁ ପ୍ରଦାନ କରାଗଲାଣି। ଗୌହାଟି ଓ ସମ୍ବଲପୁର ମଧ୍ୟରେ ସପ୍ତାହରେ ତିନିଦିନ ଟ୍ରେନ ପ୍ରଚଳନ ପାଇଁ  ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏହା ବ୍ୟତୀତ ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ବେଜବରୁଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ୮୫ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବଲପୁରକୁ ପଦାର୍ପଣ କରିଥିବା ବେଜବରୁଆ କମିଟି, ଆସାମର କର୍ମକର୍ତ୍ତାଗଣ ଏହି ସୂଚନା ଦେଇଛନ୍ତି । ରବିବାର ପୂର୍ବାହ୍ନରେ ଏଡିଏମ ଅଜାମ୍ବର ମହାନ୍ତି ତଥା ସମ୍ବଲପୁରର ମାନ୍ୟଗଣ୍ୟ ବ୍ୟକ୍ତି, କବି ଲେଖକଙ୍କ ସାନିଧ୍ୟରେ ବେଜବରୁଆ କମିଟି ଆସାମର ସଭାପତି ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ପ୍ରଦ୍ୟତ କୁମାର ଚୌଧୁରୀ, ସମ୍ପାଦକ ରଣ୍ଟୁ ଡେକା, ଜିଏସଟି ଏବଂ ଅବକାରୀ କମିଶନର ରାକେଶ ଅଗ୍ରଓ୍ୱାଲ, ଲେଖକ ଗୋପାଲ ଜଲାନ, କମଳେନ୍ଦ୍ର ଭରାଲି, ସପନଶୀଲ ଶର୍ମା, ଗୌହାଟି ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର ହରିପ୍ରସାଦ ଶର୍ମା ତଥା ଓଡିଆରୁ ଅସମୀୟା ତଥା ଅସମୀୟାରୁ ଓଡ଼ିଆ ଭାଷାକୁ ରୂପାନ୍ତର କରୁଥିବା ଲେଖିକା ନିର୍ମାଲୀ ମହାନ୍ତ ପ୍ରମୁଖ ସାଧନା ଗୃହରେ ପୁଷ୍ପ ଅର୍ପଣ ପୂର୍ବକ ବେଜବରୁଆଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସାଧନା ଗୃହର ଜୀର୍ଣ୍ଣୋଦ୍ଧାରରେ ଆନନ୍ଦ ବ୍ୟକ୍ତ କରିବା ସହିତ ବାସଗୃହର ପୁନରୁଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଥିଲେ। ସନ୍ଧ୍ଯା ସମୟରେ ସାଧନା ଗୃହରେ ଅତିଥିମାନଙ୍କ ଗହଣରେ ୮୫ଟି ଦୀପ ପ୍ରଜ୍ବାଳନ କରାଯାଇଥିଲା।
୮୫ ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ସାମ୍ବାଦିକ ଭବନରେ ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଭାବ ବିନିମୟ କରାଯାଇଥିଲା। ଓଡିଶା- ଆସାମ ମଧ୍ୟରେ ସାହିତ୍ୟ- ସଂସ୍କୃତିର ସମନ୍ବୟ ଉପରେ ଗୁରୁତ୍ବ ଦିଆଯାଇଥିଲା। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଭୀମଭୋଇ ଚେୟାରର ପ୍ରଫେସର କବି ପ୍ରଦୀପ ପଣ୍ଡା ଏଥିରେ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କବି ସୈଭାଗ୍ୟବନ୍ତ ମହାରଣା, ଡା ଗୁଣ ସାଗର ଦାଶ, କବି ଦୁର୍ଗା ପଣ୍ଡା ଏବଂ ଆସାମ ପରିଦର୍ଶନକାରୀ ଦଳର ସଦସ୍ୟଗଣ ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ କବି, ଲେଖକ ଏଥିରେ ଯୋଗ ଦେଇଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories